ଶକ୍ତି ବୃଦ୍ଧି କରିବ କଳାସୋଲା

0

ସବୁଦିନ ଆପଣ ଯଦି ଭିଜା ଦେଶୀ କଳାସୋଲା ଖାଇବେ ତେବେ ଆପଣଙ୍କ ଶକ୍ତି ବୃଦ୍ଧି ହେବା ନିଶ୍ଚିତ । ଗଜା ସୋଲା ଖାଇଲେ ଆମ ଶରୀରକୁ ବିଶେଷ ଲାଭ ମିଳିଥାଏ । ଆମର ମାଂସପେଶୀକୁ ଏହା ସୁଦୃଢ଼ କରିଥାଏ । ସୋଲାରେ ପ୍ରଚୁର ପରିମାଣରେ ଭିଟାମିନ ସି ଥାଏ ଯାହା ଆମ ଶରୀର ପାଇଁ ମଧ୍ୟ ବେଶ ଉପକାରୀ । ଏହା ଛଡା ସୋଲା ଆମର ଫୁସଫୁସକୁ ମଧ୍ୟ ମଜବୁତ କରେ ଏବଂ ରକ୍ତରେ ଲାଲକଣିକା ବୃଦ୍ଧି କରିଥାଏ । ହୃଦରୋଗ ଦୂର କରିବାରେ ମଧ୍ୟ ସୋଲା ଉପକାରୀ ହୋଇଥାଏ । ସୋଲା ଖାଇବା ପାଇଁ ଆପଣ ସକାଳୁ ୨୫ରୁ ୫୦ ଗ୍ରାମ ସୋଲାକୁ ଭଲ ଭାବେ ଧୋଇ ଗୋଟିଏ ପାତ୍ରରେ ପାଣି ନେଇ ଭିଜାଇ ଦିଅନ୍ତୁ । ସଂଧ୍ୟାହେଲେ ଗୋଟିଏ କନାରେ ତାକୁ ଛାଣି ବାନ୍ଧି ଦେଲେ ସକାଳୁ ସକାଳୁ ତାହା ଗଜା ହୋଇଯାଇଥିବ ଏବଂ ଖାଇବାକୁ ଭଲ ଲାଗିବ । ସଂଧ୍ୟାରେ ଭିଜାଇ ସକାଳୁ ଖାଇବା ଅପେକ୍ଷା ସକାଳୁ ଭିଜାଇ ପରଦିନ ସକାଳେ ଖାଇବା ବେଶ ଉପକାରୀ ହୋଇଥାଏ । ସୋଲା ଖାଇବା ପରେ କ୍ଷୀର ପିଇଲେ ଏହା ଶରୀରକୁ ଅଧିକ ଶକ୍ତି ଦେଇଥାଏ । ଖାଲି ସୋଲା ସହିତ ଭିଜା ଯାଇଥିବା ପାଣିକୁ ମଧ୍ୟ ଆପଣ ପିଇପାରିବେ । ସୋଲା ସହିତ ଅନ୍ୟ କିଛି ମିଶାଇ କିଛି ଲୋକ ଖାଇଥାନ୍ତି କିନ୍ତୁ ଖାଲି ଖାଇଲେ ତାହାର ଉପକାର ଅଧିକ ହୋଇଥାଏ । ତେବେ ଦୁର୍ବଳ ପାଚନ ଶକ୍ତି ଥିଲେ ଅଳ୍ପ ଶୋଲା ଖାଇବା ଭଲ ।

Leave A Reply

Your email address will not be published.