ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୨୪ ବର୍ଷର ନବୀନ ସରକାରର ବିଜୟ ଧାରାରେ ଲାଗିଛି ବ୍ରେକ । ବିଜେଡିର ପରାଜୟ ସହ ଗୋଟିଏ ଅଧ୍ୟାୟର ଅନ୍ତ ହୋଇଛି । ଜୁନ୍ ୪ ତାରିଖରେ ଏକ୍ସପାରୀ ହୋଇଛି ବିଜେଡି ସରକାର। ଦଳ ପରାସ୍ତ ହୋଇଛି।
ଆଜି ଦିନ ସାଢ଼େ ୧୧ଟାରେ ଇସ୍ତଫା ଦେବାକୁ ରାଜଭବନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଢ଼େ ୧୧ଟାରେ ନବୀନ ନିବାସରୁ ବାହାରିବେ ଓ ୧୧ଟା ୩୫ରେ ରାଜଭବନରେ ପହଞ୍ଚିବେ ନବୀନ। ୧୧ଟା ୩୫ରୁ ୧୧ଟା ୪୫ ପର୍ଯ୍ୟନ୍ତ ସେ ରାଜଭନବରେ ରହିବେ। ନବୀନ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ଦେଇ ସେ ନବୀନ ନିବାସ ଫେରିଯିବେ। ଚଳିତ ନିର୍ବାଚନରେ ବିଜେଡିର ଦୁର୍ଗ ଭୁଶୁଡ଼ିଯାଇଛି। ଦଳକୁ ମାତ୍ର ୫୧ଟି ଆସନ ମିଳିଛି। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଦୁଇଟି ଆସନରୁ ଲଢ଼ିଥିବା ନବୀନ ଗୋଟିଏ ଆସନରେ ପରାସ୍ତ ହୋଇଛନ୍ତି।
୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବିଜେଡିକୁ ବଡ଼ ଶକ୍ତ ଧକ୍କା ଦେଇଛି । କେବଳ ନବୀନ ପଟ୍ଟନାୟକଙ୍କ ହାତରୁ ଶାସନ ଡୋର୍ ଯାଇନି, ବରଂ ୨୪ ବର୍ଷର ଅପରାଜେୟ ନବୀନ ପ୍ରଥମ ଥର ପରାଜୟର ସମ୍ମୁଖୀନ ହୋଇଛନ୍ତି । ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ସେ ବିଜୟ ହୋଇଥିଲେ ହେଁ କଣ୍ଟାବାଞ୍ଜିରେ ପରାସ୍ତ ହୋଇଛନ୍ତି । ଏଠି ବିଜେପି ଲକ୍ଷ୍ମଣ ବାଗ ତାଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି । ଯାହାକି ନବୀନଙ୍କ ପାଇଁ କୌଣସି ଶକ୍ତ ଝଟକା ଠାରୁ କମ୍ ନୁହେଁ ।
Comments are closed.