ବିଗିଡିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବାସ୍ଥା: ହସ୍ପିଟାଲରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଗିଡିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା । ମେଡିକାଲରେ ଭର୍ତ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ହିଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ପେଟରେ ଯନ୍ତ୍ରଣା ହେଉଥିଲା, ଯେଉଁ କାରଣରୁ ସମସ୍ତ ଯାଞ୍ଚ କରାଯାଉଛି । ଯାଞ୍ଚରୁ ଜଣାପଡିଛି କି, ତାଙ୍କ ପେଟରେ ଇନଫେକ୍ସନ ହୋଇଛି । ଏହାକୁ ନେଇ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି ।

 

Leave A Reply

Your email address will not be published.