ସାଥ୍ ଦେଲାନି ଭାଗ୍ୟ, ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନ୍ସର ପୀଡିତ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପିଡ଼ିତା ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ। ଗତକାଲି ବିଳମ୍ବିତ ରାତିରେ ସେ ମେଡିକାଲେର ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ରାତି ୨ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି।

ବ୍ରେନ୍ ଓ ଲଗ୍ସ କ୍ୟାନସରରେ ପୀଡିତ ଥିଲେ ରାଜେଶ୍ବରୀ । କ୍ୟାନସରରୁ ଭଲ ମଧ୍ୟ ହୋଇଯାଇଥିଲେ । ହେଲେ ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଟେଲି ଧାରାବାହିକରେ ଖଳ ନାୟିକା ଭୂମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ ।

 

Leave A Reply

Your email address will not be published.