କୃଷି ଆଇନ ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ

0

୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଅନେକ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ନିଜ ନିଜର ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ କୃଷି ଆଇନ ପ୍ରତ୍ୟାହାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ଦେଶ ଓ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଆଇନ ପ୍ରତ୍ୟାହାର ହୋଇଛି । ଦୀର୍ଘଦିନ ଧରି ଚାଷୀଙ୍କୁ ସେମାନଙ୍କ ପରିବାର ଅପେକ୍ଷା କରିଛନ୍ତି । ଚାଷୀଙ୍କ ସପକ୍ଷରେ ବିଜେଡି ସବୁବେଳେ ରହିଆସିଛି ।’

ତେବେ ନୂଆ କୃଷି ଆଇନ ଆଜି ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର । ୩ ନୂଆ ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ।

Leave A Reply

Your email address will not be published.