କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀମାନଙ୍କ ନିରାମୟ ଯୋଜନା ମାଧ୍ୟମରେ ଯୋଗାଯାଉଥିବା ଔଷଧ ଯୋଗାଣ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀମାନଙ୍କ ନିମନ୍ତେ ନିରାମୟ ଯୋଜନା ମାଧ୍ୟମରେ ଯୋଗାଯାଉଥିବା ଔଷଧ ଯୋଗାଣ ସ୍ଥିତିର ସମୀକ୍ଷା କରିଥିଲେ । ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ରୋଗୀଙ୍କ ପାଇଁ କିଣାଯାଉଥିବା ଔଷଧର ଗୁଣାତ୍ମକ ମାନ, କ୍ରୟ ଓ
ଯୋଗାଣ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ବୈଠକରେ ସମସ୍ତ ବୈଷୟିକ, ପ୍ରଶାସନିକ ଏବଂ ଚିକିତ୍ସାଗତ ଦିଗର ସବିଶେଷ ଆଲୋଚନା ହୋଇଥିଲା । କତିପୟ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀମାନେ ଔଷଧର ଗୁଣାତ୍ମକ ମାନ ବିଷୟରେ
ଉଠାଇଥିବା ଅଭିଯୋଗ ବିଷୟ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡ଼ିଥିଲା ଯେ:

୧- କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଅପରେସନ୍‌ ଏବଂ ଅପରେସନ୍‌ ପରବର୍ତ୍ତୀ ଚିକିତ୍ସା ପାଇଁ ଆବଶ୍ୟକୀୟ ସମସ୍ତ ଔଷଧ ସରକାରୀ ମେଡ଼ିକାଲ କଲେଜ ଓ ଡାକ୍ତରଖାନାର ନିରାମୟ କାଉଣ୍ଟର ମାଧ୍ୟମରେ ମାଗଣାରେ ଦିଆଯାଉଛି ।

୨-ଏହିସବୁ ଔଷଧର ଗୁଣାତ୍ମକ ମାନ ଏନ୍‌.ଏ.ବି.ଏଲ୍‌ ସ୍ୱୀକୃତ ପରୀକ୍ଷାଗାରମାନଙ୍କ ଦ୍ୱାରା ପରୀକ୍ଷା କରାଯାଇ ପ୍ରାମାଣିତ ହୋଇଥାଏ । ଔଷଧ କିଣାଯିବା ପୂର୍ବରୁ ନିର୍ଭରଯୋଗ୍ୟ ବୈଜ୍ଞାନିକ ପଦ୍ଧତିରେ ଏହାର ଗୁଣାତ୍ମକ ମାନ ଯାଞ୍ଚ କରାଯାଏ । ସବୁଠାରୁ ଅଧିକ ଫଳଦାୟୀ ଓ ପାଶ୍ୱର୍ପ୍ରତିକି୍ରୟା ନଥିବା ଔଷଧକୁ ସ୍ୱଚ୍ଛ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ରାଜ୍ୟ ଔଷଧ ନିଗମ କିଣି ଆବଶ୍ୟକ ପରିମାଣରେ ମେଡ଼ିକାଲ କଲେଜ ଓ
ହସ୍‌ପିଟାଲ୍‌ମାନଙ୍କୁ ଯୋଗାଇ ଦେଇଥାଆନ୍ତି ।
୩- ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌ ମାଧ୍ୟମରେ ୧୨୦ ଜଣ କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ରୋଗୀଙ୍କର ଅପରେସନ୍‌ ପରବର୍ତ୍ତୀ ଚିକିତ୍ସା ଚାଲୁରହିଛି । ସେମାନଙ୍କ ମଧ୍ୟରୁ ୭୫ ଶତକଡ଼ା ରୋଗୀ ନିରାମୟ ମାଧ୍ୟମରେ ଦିଆଯାଉଥିବା ଔଷଧ ଖାଉଛନ୍ତି । ଏହି ୯୦ ଜଣ ରୋଗୀ କେବେ ଔଷଧର ପାଶ୍ୱର୍ପ୍ରତିକି୍ରୟା ବିଷୟରେ କୌଣସି ଅଭିଯୋଗ କରିନାହାନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ମଧ୍ୟ ଉନ୍ନତି ହେଉଛି । ନିରାମୟ ମାଧ୍ୟମରେ ଯୋଗାଯାଉଥିବା ଔଷଧର ଗୁଣାତ୍ମକ ମାନ ବିଷୟରେ କୌଣସି ବୈଷୟିକ କମିଟି ସନ୍ଦେହ ପ୍ରକଟ କରିନାହାନ୍ତି ।
୪- ବୈଠକରେ ଉପସ୍ଥିତ ବରିଷ୍ଠ ବିଶେଷଜ୍ଞ ଡାକ୍ତରମାନେ ମତ ଦେଇଥିଲେ ଯେ ଉକ୍ତ ଔଷଧକୁ ମଧ୍ୟ ନେଫ୍ରୋଲୋଜି, ରେମାଟୋଲୋଜି ଏବଂ ଡେର୍‌ମାଟୋଲୋଜି ଆଦି ବିଭାଗରେ ରୋଗୀମାନଙ୍କୁ ଦିଆଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରୋଗୀଙ୍କଠାରେ କିଛି ପାଶ୍ୱର୍ପ୍ରତିକି୍ରୟା ହୋଇନାହିଁ ।
୫-ଔଷଧର ଗୁଣାତ୍ମକ ମାନ ବିଷୟରେ ଅଭିଯୋଗ କରୁଥିବା ରୋଗୀ ଓ ପରିବାରସ୍ୱଜନଙ୍କ ସହ ଏକାଧିକ ଥର ଆଲୋଚନା କରାଯାଇଛି । ବରିଷ୍ଠ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ମଧ୍ୟ ସେମାନଙ୍କୁ ନିରାମୟ ଔଷଧର ଗୁଣାତ୍ମକ ମାନ ବିଷୟରେ ଭରସା ଦେଇଛନ୍ତି । ଏସବୁ ସତ୍ତେ୍ୱ କତିପୟ ରୋଗୀ ଅଯଥାରେ ଭିତ୍ତିହୀନ ଅଭିଯୋଗମାନ କରୁଛନ୍ତି । ଏହା ପଛରେ କିଛି ମୁନାଫାଖୋର ଘରୋଇ ଔଷଧ ବ୍ରାଣ୍ଡ ବିତରକଙ୍କ ଗୁପ୍ତହାତ ରହିଥିବାର ସଙ୍କେତ ମିଳିଥିଲା ।
୬-ଏହି ଉଚ୍ଚସ୍ତରୀୟ କମିଟି ସ୍ପଷ୍ଟ କରିଥିଲେ ଯେ ରୋଗୀଙ୍କର ବ୍ୟକ୍ତିଗତ ପସନ୍ଦ ଅନୁସାରେ ବିଭିନ୍ନ ବ୍ରାଣ୍ଡର ଔଷଧ ରାଜ୍ୟସାରା ଘରୋଇ ଦୋକାନରୁ କିଣି ଯୋଗାଇବା ବାସ୍ତବରେ ସମ୍ଭବ ନୁହେଁ ।
୭- ଫାର୍ମାକୋ ଭିଜିଲାନ୍ସ କମିଟିର ସଦସ୍ୟ, ବରିଷ୍ଠ ଭେଷଜ ପ୍ରଫେସର, ସ୍ପେଶାଲିଷ୍ଟଙ୍କ ସମେତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.