ପକ୍ଷୀଙ୍କ ଗୋଡ଼ରେ ଲାଗିବ ଟ୍ରାନ୍ସମିଟର: ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ଚଳିତ ବର୍ଷ ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ୍‌ ଟ୍ରାନ୍ସମିଟର। ୨୦ ପ୍ରଜାତିର ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଇବ ବନ ବିଭାଗ।ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ‘ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ଜାଣିବା ପାଇଁ ଏହା କରାଯିବ’।‘ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ଜଣାପଡ଼ିବ।‘୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲା’।‘ଜଣାପଡ଼ିଲା ଚିଲିକାରୁ ଏହି ପକ୍ଷୀ ଆନ୍ଧ୍ରର କୋଲେରୁ ହ୍ରଦକୁ ଯାଇଥାନ୍ତି’।

ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଗୋଡରେ ବନ ବିଭାଗ ପକ୍ଷରୁ ସାଟେଲାଇଟ ଟ୍ରାନ୍ସମିଟର ଲଗାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସାଟେଲାଇଟ ଟ୍ରାନ୍ସମିଟର ଦ୍ୱାରା ବିଦେଶାଗତ ପକ୍ଷୀ କେଉଁଠୁ ଆସୁଛନ୍ତି ତାହା ଜଣାପଡିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।ଏପରିକି ଚଳିତ ବର୍ଷ ଶୀତ ପରେ ଗ୍ରେଟର ଫ୍ଲେମିଙ୍ଗୋ ପକ୍ଷୀ କୁଆଡ଼େ ଯାଉଛନ୍ତି ତାହା ମଧ୍ୟ ଜଣାପଡ଼ିବ। ୨୦୨୫ରେ ଏହି ପ୍ରଜାତିର ୨ଟି ପକ୍ଷୀଙ୍କ ଗୋଡ଼ରେ ଟ୍ରାନ୍ସମିଟର ଲଗାଯାଇଥିଲ। ଶୀତ ପରେ ଏହି ୨ ପ୍ରଜାତିର ପକ୍ଷୀ ଚିଲିକାରୁ ଆନ୍ଧ୍ରପ୍ରଦେଶର କୋଲେରୁ ହ୍ରଦକୁ ଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.