ଓଡ଼ିଆ ନ୍ୟୁଜ୍: ଲାଞ୍ଚୁଆ ଫରେଷ୍ଟରଙ୍କୁ ଧରିଲା ଭିଜିଲାନ୍ସ।ମୁରିବାହାଲ ରେଞ୍ଜ ଗୁଲ୍ମୀ ଫରେଷ୍ଟର ଅଶୋକ କୁମାର ନାଏକ।୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ। କୁଟୁରାକେନ ଗାଁର ବାବୁଲାଲ ଭୋଇଙ୍କ ଠାରୁ ଦୁଇଟି ରେଙ୍ଗାଲ ଗଛ କଟା ବାବଦକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ଆଜି ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ଟିମ୍ ଚଢାଉ କରି ତାଙ୍କୁ ଧରିଛନ୍ତି । ଫରେଷ୍ଟରଙ୍କ ଅଫିସ ଓ ଆଦର୍ଶ ପଡା ନେହେରୁ ନଗରରେ ଥିବା ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଥିବା ଭିଜିଲାନ୍ସ ଡିଏସପି ପୂଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି। ଅଫିସକୁ ଲାଗିରହିଥିବା ଫରେଷ୍ଟରଙ୍କ ଘରେ ଚଢାଉ ବେଳେ ଖଟ ତଳେ , ସ୍କାଏ ଲାଇଟ୍ ଓ ଝରକାରୁ ପୁଳାପୁଳା ଟଙ୍କା ବାହାରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।