ଚୌଦ୍ୱାର ସର୍କଲ ଜେଲରେ ଅଭିଯୁକ୍ତ ବର ଓ ପୀଡିତା କନ୍ୟା ଙ୍କ ଶୁଭ ବିବାହ।

0

ଚୌଦ୍ୱାର: ଆଜି କଟକ ଜିଲ୍ଲା ଚୌଦ୍ୱାର ମଣ୍ଡଳ କାରାଗାର ରେ ୩ୟ ଥର ଲାଗି ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବିବାହ ପାଈଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ (ପୋକ୍ସ କୋଟ) ଙ୍କ ନିର୍ଦେଶ ଅନୁଯାଇ ହୋଇଥିଲା l ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର ଅଫିସର, ଜେଲ କର୍ମଚାରୀ ଓ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର କର୍ମକର୍ତା ଙ୍କ ଉପସ୍ଥିତ ରେ ବିଚାରଧୀନ ଅଭିଯୁକ୍ତ ଅଂଶୁମାନ ମଳିକ ଓ ପୀଡିତା ଚିନ୍ମୟୀ ସେଠୀ ଙ୍କ ମଧ୍ୟରେ ଶୁଭ ବିବାହ କାର୍ଯ୍ୟକ୍ରମ ସମ୍ପର୍ଣ ହୋଇଯାଇଛି l ଏହି ଶୁଭ ବିବାହ ରେ ଉଭୟ ପକ୍ଷ ପିତାମାତା, ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ l ଉଦ୍ଧାର ଫାଉଣ୍ଡେସନ ର କର୍ମକର୍ତା ମାନେ ବିବାହ ର ରୀତିନୀତି ଅନୁଯାୟୀ ବର ଓ କନ୍ୟା ଙ୍କୁ ମେହେନ୍ଦି ରେଶମ କରି ସଜାଇ ଦେଇଥିଲେ lସୁ ସଜିତ ଉଭୟ ବର ଓ କନ୍ୟା ଙ୍କୁ ବେଦି କୁ ନିଆଯାଇଥିଲା l ହିନ୍ଦୁ ଧର୍ମ ବୈଦିକ ରୀତି ନୀତି ଅନୁଯାଇ ବ୍ରାହ୍ମଣ ଙ୍କ ବେଦ ପାଠ ଦ୍ୱାରା ବିବାହ କାର୍ଯ୍ୟ ସମ୍ପର୍ଣ ହୋଇଥିଲା l ବର ଓ କନ୍ୟା ନିଜର ବିବାହ ସ୍ମୃତି ଉଦେଶ୍ୟ ରେ ଚୌଦ୍ୱାର ଜେଲ ପରିସରରେ ନିଜ ହାତରେ ଏକ ବୃକ୍ଷ ରୋପଣ କରିଥିଲେ l ଆଇନିଜିବୀ ଙ୍କ ଦ୍ୱାରା ଉଭୟ ପକ୍ଷ ନିଜର ବିବାହ ଘୋଷଣା ନାମା ସ୍ଵାକ୍ଷର କରିଥିଲେ l

ଏହି ଶୁଭ ବିବାହ ସମ୍ପୂର୍ଣ କୋଭିଡି ନିୟମ ଅନୁଯାଇ ମାକ୍ସ,ସାନିଟାଇଜର ଓ ସାମାଜିକ ଦୂରତା ନିୟମ ମାନି ହୋଇଥିଲା l ସଂଗଠନ ତରଫରୁ ଭୋଜିଭାତ ର ମଧ୍ୟ ଆୟୋଜନ କରାଯାଇଥିଲା l ଉଭୟ ପକ୍ଷ ବର ଓ କନ୍ୟା ସହ ପରିଵାର ଲୋକ ଭୋଜି ଭାତ ଖାଇ ଖୁସି ହୋଇଥିଲେ l ବୋହୁ କୁ ଶଶୁର ଓ ନଣଦ ଖୁସିରେ ଘରକୁ ନେଇ ଫେରିଥିଲେ l ଏହି ଶୁଭ ବିବାହ କାର୍ଯ୍ୟକ୍ରମ ରେ ଚୌଦ୍ୱାର ମଣ୍ଡଳ କାରାଗାର ଅଧିକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ,ଜେଲର ବିଭେନ୍ଦୁ ଭୂଇଁଆ ,ଓଲଫେୟାର ଅଫିସର ରାମକୃଷ୍ନ ଦାସ, ମାୟାଧର ସେଠୀ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଭାପତି ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବଳା ନାୟକ,ଗୋଲାପ ସିଂ,ଶିବାନନ୍ଦ ବାରିକ, ଦିଲୀପ ସାହୁ,ସଂଜୀବ ନାୟକ,ସରୋଜ ସାହୁ ସୋମ୍ୟ ରଞ୍ଜନ ଅମାତ, ସେକ ଅଜମତ, ପ୍ରତୀକ୍ଷା ସାହୁ, ସତ୍ୟଜିତ ସାମନ୍ତରାୟ,ବିନୋଦ କୁମାର ପ୍ରଧାନ, ବିଶ୍ୱଜିତ ଓଝା, ସତ୍ୟ ପ୍ରକାଶ ମଳିକ, ସତ୍ୟବ୍ରତ ବେହେରା, ଅଭିଷେକ ସାହୁ ଓ ସାଇକ୍ଲୋନି ସାହୁ ପ୍ରମୁଖ ଉପସ୍ଥିତ ରହି ବିବାହ କାର୍ଯ୍ୟ କୁ ସୁରୁ ଖୁରୁ ରେ ସମ୍ପାଦନ କରାଯାଇଥିଲେ lଚୌଦ୍ୱାର ଜେଲ ରେ ୩ ଟି ଶୁଭ ବିବାହ କାର୍ଯ୍ୟକ୍ରମ ପାଈଁ ଟାଙ୍ଗୀ ଚୌଦ୍ୱାର ର ଅଗ୍ରଣୀ ସାମାଜିକ ସଂଗଠନ ଉଦ୍ଧାର ଫାଉଣ୍ଡେସନ ସଂଗଠନ ର ସଦସ୍ୟ ଙ୍କ ଏହି ଭଳି ସାମାଜିକ କାର୍ଯ୍ୟ କୁ ଦେଖି ଜେଲ ବିଭାଗ ର ବରିଷ୍ଠ ଅଧିକାରୀ ଓ ଚୌଦ୍ୱାର ଅଞ୍ଚଳ ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରଶଂସା କରିଥିଲେ l

Leave A Reply

Your email address will not be published.