ବରଗଡରେ ସଫେଇ କର୍ମଚାରୀଙ୍କ ଧାରଣା

0

୦୭.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) : ବରଗଡରେ ସଫେଇ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି l ଦରମା ନ ପାଇ ସେମାନେ ହଇରାଣ ହେଉଥିବାର ଅଭିଯୋଗ କରି ସେମାନେ ଧାରଣା ରେ ବସିଛନ୍ତି l ଲକ୍ ଡାଉନ୍ ସମୟରେ ସରକାର ତିନି ମାସ ର ଦରମା ଦେବା ପାଇଁ ଘୋଷଣା କରିଥିଲେ l କିନ୍ତୁ ବରଗଡରେ ତାହା ପ୍ରଦାନ କରାଯାଇନାହିଁ l ସେଥିପାଇଁ ସଫେଇ କର୍ମଚାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ବରଗଡରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଦରମା ପାଉନଥିବା ଅଭିଯୋଗ କରି ବରଗଡ ପୌରପାଳିକା ସାମ୍ନା ରେ ଧାରଣା ରେ ବସିଛନ୍ତି l ବର୍ତ୍ତମାନ ସମୟରେ ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ର ଆଖ୍ୟା ଦିଆଯାଇଛି l ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ରେ ସଫେଇ କର୍ମଚାରୀ ମାନଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ l 

Leave A Reply

Your email address will not be published.