କଟକରେ BSKY ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ହେଲଥ୍ କାର୍ଡର ଶୁଭାରମ୍ଭ କରିଛନ୍ତି । ତେଣୁ ଆଜି କଟକର ଉପର ବାଲିଯାତ୍ରା ପଡ଼ିଆରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଆଜି କଟକରେ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି କଟକରେ ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ ଓ ଉଦଘାଟନ କରିବା ସହ ଉଦବୋଧନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ୧୫୬୭ କୋଟିର ଶତାଧିକ ପ୍ରକଳ୍ପର ଭେଟି ଦେଇଛନ୍ତି । ଏହାଫଳରେ ୧୪ଟି ବ୍ଲକ ଓ ୩ଟି ସହରାଞ୍ଚଳର ୧୮ ଲକ୍ଷ ଲୋକ ଉପକୃତ ହେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ସ୍ମାର୍ଟ କାର୍ଡ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସମଗ୍ର ରାଜ୍ୟରେ ପ୍ରଥମ । ଲୋକମାନେ ଟଙ୍କା ପାଇଁ ଆଉ ଏଣିକି ଚିକିତ୍ସାରୁ ବଞ୍ଚିତେ ହେବେ ନାହିଁ । କେହି ବି ଜମି ବିକ୍ରି କରିବା, ଋଣ କରିବା ଦରକାର ନାହିଁ । ବିଏସକେୱାଇ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କର ସମସ୍ତ ଦୁଃଖ ଦୂର କରିବାରେ ସହାୟକ ହେବ । ସମସ୍ତେ ନିଜର ସଞ୍ଚିତ ଅର୍ଥ ପିଲାମାନଙ୍କର ପାଠପଢ଼ାରେ ବ୍ୟୟ କରିବା ଆବଶ୍ୟକ । ଏସସିବି ମେଡିକାଲ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମଗ୍ର ଦେଶରେ ଏକ ମାଇଲଖୁଣ୍ଟ ହୋଇଥିବା ବେଳେ ଏହାକୁ ଏମ୍ସ ପ୍ଲସ କରିବାକୁ ଯୋଜନା ଚାଲିଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.