ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0

ରାଜ୍ୟରେ ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ ରାଜ୍ୟବାସୀ ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି l ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀ ଙ୍କୁ ସତର୍କ କରାଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ହେଉଛି ଜୀବନ, ମରଣର ସମୟ l ବର୍ତ୍ତମାନ ଆମକୁ ସତର୍କ, ସଚେତନ ରହିବାକୁ ପଡିବ l ଓଡିଶା ସରକାରଙ୍କର ସମସ୍ତ କରୋନା ଜନିତ କଟକଣା କୁ ମାନିବାକୁ ପଡ଼ିବ l ଏଭଳି ସ୍ଥିତିରେ ରାଜ୍ୟ ସରକାର ଙ୍କ ସାଥ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି l ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ଗତ 10 ଦିନ ତଳେ ମୁଁ ଆପଣ ମାନଙ୍କ ସହ କଥା ହେଉଥିଲି ସେତେବେଳେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 61 ଥିଲା ବର୍ତ୍ତମାନ କିନ୍ତୁ ତାହା ଦୁଇଗୁଣିତ ହୋଇଛି l କିନ୍ତୁ କେହି ଡରନ୍ତୁ ନାହିଁ ଆମେ ସତର୍କ ରହିଲେ କରୋନା ମୁକାବିଲା କରିପାରିବା l ସେ ଆହୁରି ମଧ୍ୟ କହିଛନ୍ତି ଯେ 10 % ଲୋକ ମାନଙ୍କ ଭୁଲ୍ ପାଇଁ ସମସ୍ୟା 100 % ବଢ଼ିପାରେ l ତେଣୁ ପ୍ରଶାସନ କୁ ସାହାଯ୍ୟ କରନ୍ତୁ ବୋଲି ନିବେଦନ କରିଛନ୍ତି l ଆପଣ ମାନଙ୍କ ସହଯୋଗ ରେ ଆମେ ସ୍ଥିତି କୁ ନିୟନ୍ତ୍ରଣ କରିପାରିଛୁ l ଏବେ କିନ୍ତୁ ଦେଶର ସର୍ବାଧିକ କରୋନା ଆକ୍ରାନ୍ତ ରାଜ୍ୟ ମାନଙ୍କରୁ ଆମ ଭାଇ ଭଉଣୀ ମାନେ ଆସିବେ l ତେଣୁ ସଂକ୍ରମଣ ବଢ଼ିବାର ବହୁତ୍ ଆସଙ୍କା ରହିଛି l ତେଣୁ ସେମାନଙ୍କ ଦାୟିତ୍ଵ ଆମେ ନେବା l ଏହି କ୍ଷେତ୍ର ରେ ସରକାରଙ୍କୁ ଭରପୁର ସହଯୋଗ କରିବା l

Leave A Reply

Your email address will not be published.