କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣ କାମ କେବେ ସରିବ? ଅହେତୁକ ବିଳମ୍ବନେଇ ଗଡ଼କରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ- ୫୫ ପ୍ରସଙ୍ଗରେ ଚିଠି । କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୭ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି। ପାଞ୍ଚ ବର୍ଷ ବିତି ଯାଇଥିଲେ ମଧ୍ୟ ରାସ୍ତା କାମ ସରୁନି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଜାତୀୟ ରାଜପଥ -୫୫ ପଶ୍ଚିମ ଓଡ଼ିଶାର ଜୀବନରେଖା।ଢେଙ୍କାନାଳ ଦେଇ ଯାଇଥିବା ଏହି ରାଜପଥ ଉପରେ ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୁଇ ବର୍ଷ ମଧ୍ୟରେ ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି । ୧୯୬ ଜଣଙ୍କର ଜୀବନ ଯାଇଛି । ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର ରାସ୍ତା କାମ ସାରିବାକୁ ଚିଠିରେ ଦାବି କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ଏହି କାମ କରୁଛି କିନ୍ତୁ ପରିତାପର ବିଷୟ ୫ ବର୍ଷ ପରେ ବି ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ହୋଇପାରୁନାହିଁ।

ଏଥିସହ ମୁଖ୍ୟମନ୍ତ୍ରୀ, ନୀତିନ ଗଡ଼କରୀଙ୍କୁ ଲେଖିଥିବା ଚିଠିରେ ଜମି ହରାଇଥିବା ଲୋକଙ୍କ ପୁନର୍ବାସ ଓ ଥଇଥାନ ନହେବା ବିଷୟ ମଧ୍ୟ ଉଲ୍ଲେଖ କରିଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ ଜୀବନରେଖା କୁହାଯାଉଥିବା, ୫୫ ନମ୍ବର ଜାତୀୟ ରାଜପଥର କାମ ସମ୍ପୂର୍ଣ୍ଣ ନହେବା ଯୋଗୁଁ ବିଗତ ୨ ବର୍ଷ ମଧ୍ୟରେ ୩୯୯ ଦୁର୍ଘଟଣା ଘଟିଥିବା ବେଳେ ୧୯୬ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି । ବଡ଼କଥା ହେଲା ଏନେଇ ଏନଏଚଏଆଇ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି ସନ୍ତୋଷଜନକ ଉତ୍ତର ମିଳିନି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Leave A Reply

Your email address will not be published.