ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର, ଜାଣନ୍ତୁ କେଉଁଠି

0

ପ୍ରାୟ ୧୦ ବର୍ଷର ପୁରୁଣା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ହେବ କୋଭିଡ୍ କେୟାର ସେଣ୍ଟର । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ଏହି ଘୋଷଣା କରିଛନ୍ତି । କରୋନାର ତୃତୀୟ ଲହର ନିମନ୍ତେ ପ୍ରସ୍ତୁତି ପାଇଁ ସେ ତାଙ୍କର ସରକାରୀ ବାସଭବନକୁ କରୋନୀ ରୋଗୀଙ୍କ ପାଇଁ ଉତ୍ସର୍ଗ କରିବେ ବୋଲି ସାମ୍ବାଦିକମାନଙ୍କୁ ଶ୍ରୀ ରାୱତ ସୂଚନା ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ସିଂ କହିଛନ୍ତି ଯେ, କୋଭିଡ ତୃତୀୟ ଲହର ପାଇଁ କୌଣସି ଅବହେଳା କରାଯିବା ଅନୁଚିତ । ପୂର୍ବରୁ ଉପଲବ୍ଧ ଥିବା ହସ୍ପିଟାଲ ବ୍ୟତୀତ ଡିଆରଡିଓର ସହାୟତାରେ ଋଷିକେଶ ଓ ହଲଦବାନୀରେ ୫୦୦ ଶଯ୍ୟା ବିଶିଷ୍ଟ ଦୁଇଟି ହସ୍ପିଟାଲ ସ୍ଥାପନା କରାଯାଇଛି । ଏକ ଦଶକ ପୂର୍ବରୁ କ୍ୟାଣ୍ଟ ରୋଡ଼ରେ ମୁଖ୍ୟମନ୍ତ୍ରୀଙ୍କର ସରକାରୀ ବାସଭବନ ନିର୍ମାଣ କରାଯାଇଥିଲା । ଏହି ବାସଭବନରେ ରହୁଥିବା କୌଣସି ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ ସମାପ୍ତ କରିପାରିନାହାନ୍ତି ବୋଲି କୁହାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଏହି ବାସଭବନରେ ରହିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେ ନିର୍ବାଚନରେ ପରାଜୟବରଣ କରିବା ସହ କ୍ଷମତାକୁ ପୁନର୍ବାର ଫେରିବାରେ ସକ୍ଷମ ହୋଇନଥିଲେ ।

ଉତ୍ତରାଖଣ୍ଡ ଉଚ୍ଚନ୍ୟାୟାଳୟ ଦୁଇଦିନ ପୂର୍ବରୁ ରାଜ୍ୟ ସରକାରଙ୍କୁ ତୃତୀୟ ଲହର ପାଇଁ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ତୃତୀୟ ଲହରରେ ଜନସାଧାରଣ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବା ପରେ ସରକାରଙ୍କ ନିଦ ଭାଙ୍ଗିବ ବୋଲି ନ୍ୟାୟାଳୟ ପ୍ରଶ୍ନ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ମୁଖ୍ୟମନ୍ତ୍ରୀ ଯିବାକୁ ଚାହୁଁନାହାନ୍ତି, ତାହାକୁ କୋଭିଡ୍ ରୋଗୀଙ୍କ ପାଇଁ ବ୍ୟବହାର କରାଯାଉ । ଏହା ମୁଖ୍ୟମନ୍ତ୍ରୀ ଚାହୁଁଥିବା ନେଇ ପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ସୂର୍ଯ୍ୟକାନ୍ତ ଧସ୍ମାନା ପ୍ରକାଶ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.