୨ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର

0

ଓଡ଼ିଆ ନ୍ୟୁଜ୍: ଆଗାମୀ ଦୁଇ ସପ୍ତାହ ଯାଏଁ ଶୀତରୁ ନାହିଁ ନିସ୍ତାର।ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା। ୨୪ ସହରରେ ରାତି ତାପମାତ୍ରା ୧୦ କିମ୍ବା ତାଠୁ କମ୍‌ ଥିଲା। ଜି. ଉଦୟଗିରି ରାତି ତାପମାତ୍ରା ୨.୫ ଡିଗ୍ରୀକୁ ଖସିଥିଲା।ଭୁବନେଶ୍ବର ତାପମାତ୍ରା ମଧ୍ୟ ୯.୪କୁ କମି ଆସିଥିବା ସୂଚନା।

ଏଥର ମାଘ ମାସରେ ବାଘ ଭଳି ଶୀତ । ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା। ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଡ଼ିଗ୍ରୀ ଛୁଇଁଲା ପାରଦ । ଜି.ଉଦୟଗିରିରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୨.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସେମିଳିଗୁଡାରେ ସର୍ବନିମ୍ନ ମାତ୍ର ୩.୨ ଡ଼ିଗ୍ରୀ ରହିଛି। ରାଜଧାନୀ ତାପମାତ୍ର ୯.୪ ଡିଗ୍ରୀ ରହିଛି । ୨୦୧୩ ପରଠାରୁ ରାଜଧାନୀର ସବୁଠୁରା ଥଣ୍ଡା ଜାନୁଆରୀ ମାସ ହୋଇଛି ।

ଏହାସହ ୧୯୫୨ ପରଠାରୁ ଚଳିତ ଜାନୁଆରୀ ମାସରେ ରାଜଧାନୀରେ ତୃତୀୟ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ୧୯୯୨ର ୫ ଜାନୁଆରୀରେ ୮.୬, ୨୦୦୩ ଜାନୁଆରୀ ୧୭ ତାରିଖରେ ୯ ଡିଗ୍ରୀ, ୨୦୧୨ ଜାନୁଆରୀ ୧୫ରେ ୯.୩ ଡିଗ୍ରୀ ଏବଂ ୧୯୫୨ ଜାନୁଆରୀରେ ୯.୪ ଡିଗ୍ରୀ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.