ଚନ୍ଦ୍ରଶେଖରପୁର(ଓଡ଼ିଆ ନ୍ୟୁଜ୍): ଆର୍ମି ଏଡୁକେଶନ କର୍ପ କର୍ଣ୍ଣେଲ ବାଲୁ ଭାରତ ହେଲେ ସୈନିକ ସ୍କୁଲ ଭୁବନେଶ୍ୱରର ନୂଆ ପ୍ରିନ୍ସିପାଲ। ସୈନିକ ସ୍କୁଲର ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅମିତ ତିୱାରୀ କର୍ଣ୍ଣେଲ ଭାରତଙ୍କୁ ସ୍ୱାଗତ କରି ଅନୁଷ୍ଠାନରେ ତାଙ୍କର ସଫଳ କାର୍ୟ୍ୟକାରିତା କାମନା କରିଛନ୍ତି। କର୍ଣ୍ଣେଲ ଭାରତ ୧୮ତମ ପ୍ରିନ୍ସିପାଲ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। କର୍ଣ୍ଣେଲ ଭାରତ ମହୀଶୂର ବିଶ୍ୱବିଦ୍ୟାଳୟରୁ ରସାୟନ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଚାଇନିଜ୍ ଭାଷା ଓ ସଂସ୍କୃତି ବିଷୟରେ ସ୍ନାତକୋତ୍ତର ଉପାଧି ଲାଭ କରିଛନ୍ତି ।
ଭୋପାଳ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମ୍ବନ୍ଧୀୟ ପ୍ରଶିକ୍ଷଣ ମଧ୍ୟ ହାସଲ କରିଛନ୍ତି । କର୍ଣ୍ଣେଲ ଭାରତ ତାଙ୍କର ଅଠର ବର୍ଷର କାର୍ୟ୍ୟକାଳ ଭିତରେ ଇଣ୍ଡିଆନ ମିଲିଟାରୀ ଏକାଡେମୀ, ପଚମାରୀ ସ୍ଥିତ ଏଇସି ଟ୍ରେନିଙ୍ଗ କଲେଜ ଏବଂ ଅନ୍ୟ କେତେକ ପ୍ରତିରକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ସଫଳତା ସହ କାର୍ୟ୍ୟକରି ଆସିଛନ୍ତି ।