ଫେବୃୟାରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବୁଧବାର +୨ ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଅନୁଯାୟୀ, ଫେବୃଆରୀ ୧୮ରୁ +୨ ପରୀକ୍ଷା ଆରମ୍ଭ ହେବ । ଫେବୃୟାରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଓ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ ।

୧୮ ତାରିଖରେ ବିଜ୍ଞାନ ବିଭାଗର ଏମଆଇଏଲ୍ ଓଡ଼ିଆ ପରୀକ୍ଷା ହେବାକୁ ଥିବାବେଳେ ୧୯ ତାରିଖରେ କଳା ଓ ବାଣିଜ୍ୟ ପିଲାଙ୍କ ଓଡ଼ିଆ ପରୀକ୍ଷା ହେବ । ଶୃଙ୍ଖଳିତ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁତ୍ବ ଦେଉଛି । ଯେଭଳି କୌଣସି ତ୍ରୁଟି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଉଛି । ସେହିପରି ଶିକ୍ଷାବର୍ଷ ୨୦୨୪-୨୫ରେ ଯୁକ୍ତ୨ ପରୀକ୍ଷା ପାଇଁ ରେଗୁଲାର ତଥା ଏକ୍ସରେଗୁଲାର ଛାତ୍ରୀଛାତ୍ରଙ୍କ ନିମନ୍ତେ ପଞ୍ଜୀକରଣ ସମୟସୀମା ବୃଦ୍ଧି କରାଯାଇଛି।

ବୁଧବାରଠାରୁ ଆସନ୍ତା ୨୫ତାରିଖ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ଆଗ୍ରହୀ ଛାତ୍ରୀଛାତ୍ର ଏଥିପାଇଁ ଆବେଦନ କରିପାରିବେ। ୬୦୦ ଟଙ୍କା ଜରିମାନା (ଫାଇନ୍‌) ସହ ଏହି ଆବେଦନ କରାଯିବାକୁ ଥିବାବେଳେ ୨୮ତାରିଖରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ ପଡ଼ିବ। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ବିନା ଜରିମାନାରେ ଛାତ୍ରୀଛାତ୍ରମାନେ ଫର୍ମପୂରଣ କରିଥିଲେ।

Leave A Reply

Your email address will not be published.