ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆର୍ବିଆଇ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଜାଣିଶୁଣି ଋଣ ଖିଲାପ କରିଥିବା ବ୍ୟକ୍ତି ଓ ସଂସ୍ଥା ସହ ବୁଝାମଣା କରି ସେମାନଙ୍କ ଋଣକୁ ଫଇସଲା କରିବାକୁ ହେବ। ଏହି ନିର୍ଦ୍ଦେଶ ବିରୋଧରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବୁଧବାର ବର୍ଷିଛି। ଆର୍ବିଆଇ ଏହି ନିର୍ଦ୍ଦେଶର ତୁରନ୍ତ ପୁନର୍ବିଚାର କରିବା ପାଇଁ ଦଳ ଦାବି କରିଛି। ଏଥିସହ ଖିଲାପକାରୀଙ୍କ ସହ ଆପୋଷ ବୁଝାମଣା କରି କୋଣସି ଋଣ ସମାଧାନ ନ କରିବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।
ଏଥିସହ ଆର୍ବିଆଇ ଉପରେ ଏହି ନିର୍ଦ୍ଦେଶ ସମ୍ପର୍କିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଚାପ ରିହିଛି କି ସେ ସମ୍ପର୍କରେ ଜଣାଇବାକୁ କଂଗ୍ରେସ ଏମ୍ପି ଜୟରାମ୍ ରମେଶ କହିଛନ୍ତି। ଏଥିସହ ଏଭଳି ନିର୍ଦ୍ଦେଶ ଆର୍ବିଆଇ କାହିଁକି ଦେଲେ ସେ ସମ୍ପର୍କରେ ଜୟରାମ ଏକ ସ୍ପଷ୍ଟୀକରଣ ମାଗିଛନ୍ତି।
ଜୟରାମ କହିଛନ୍ତି ଯେ, ଗତ ୨ବର୍ଷ ତଳେ ଆର୍ବିଆଇ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରି ଜାଣିଶୁଣି ଖିଲାପ କରୁଥିବା ସଂସ୍ଥା ବା ବ୍ୟକ୍ତି ସହ କୌଣସି ପ୍ରକାରେ ଆପୋଷ ବୁଝାମଣା ନ କରିବା ସହ ସାନି ଋଣ ମଞ୍ଜୁର ନ କରିବାକୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ଏବେ କିପରି ଆର୍ବିଆଇ ନିଜ ନିର୍ଦ୍ଦେଶକୁ ବଦଳାଉଛି ତାହା ଆଶ୍ଚର୍ଯ୍ୟ କରୁଛି ବୋଲି ଜୟରାମ୍ କହିଛନ୍ତି।