ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଡାକରା ଦିଆଯାଇଛି । ରାଜଧାନୀର ଗ୍ରୀଡକୋ ଅଫିସ ସମ୍ମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶହଶହ କଂଗ୍ରେସ କର୍ମୀ ଗ୍ରୀଡକୋ ଅଫିସ ସମ୍ମୁଖରେ ଘେରାଉ କରିଥିବାବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଗୋଟିଏ ପଟେ କଂଗ୍ରେସ କର୍ମୀ ଓ ଅନ୍ୟପଟେ ଥିଲେ କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗି ଗ୍ରୀଡକୋ ଅଫିସ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ଗ୍ରୀଡକୋ ଅଫିସକୁ କଂଗ୍ରେସ କର୍ମୀ ଟମାଟୋ ମାଡ କରିଥିବା ଦେଖିବାକୁ ମିଳିଛି ।
କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜ୍ୟରେ ତାତି ଅସହ୍ୟ ହେଉଥିବାବେଳେ ଅଘୋଷିତ ବିଦ୍ୟୁତ କାଟ ଜନଜୀବନକୁ ବ୍ୟତିବ୍ୟସ୍ତ କରି ଦେଉଛି । ଏ ନେଇ ଟାଟା ପାୱାରକୁ ସମାଲୋଚନା କରି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି, ଜ୍ୟରେ କଂଗ୍ରେସ ସରକାର ବେଳେ ବିଜୁଳି ବଳକା ହେଉଥିବାରୁ ଅନ୍ୟ ରାଜ୍ୟକୁ ବିକ୍ରି ହେଉଥିଲା । ଏବେ କିନ୍ତୁ ବଳକା ବିଦ୍ୟୁତ ହୋଇଥିଲେ ମଧ୍ୟ କାହିଁକି ବାରମ୍ବାର ବିଦ୍ୟୁତ କାଟ ହେଉଛି ? ତା ଛଡା ବିଜୁଳି କଟିବ ନାହିଁ ବୋଲି ନିକଟରେ ଟାଟା ପାୱାର କହିଥିଲା । ହେଲେ ନିୟମିତ ବିଦ୍ୟୁତ କାଟ ହେଉଛି । ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଭିତ୍ତିଭୂମି ସଜାଡିବା ପାଇଁ ଟାଟା ପୱାରକୁ ୨୦ କୋଟି ଦିଆ ଯାଇଥିଲା । ହେଲେ ଏଥିରୁ ମାତ୍ର ୫ ହଜାର କୋଟି ଖର୍ଚ୍ଚ କରିଛି ଟାଟା ପାୱାର ।