ଯେଉଁଠି ବୁଡ଼ିଥିଲା ଟାଇଟାନିକ୍ ସେଇଠି ବୁଡ଼ିଲା ଯାତ୍ରିବାହୀ ବୁଡ଼ାଜାହାଜ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଯେଉଁଠି ବୁଡ଼ିଥିଲା ଟାଇଟାନିକ୍ ସେଇଠି ବୁଡ଼ିଲା ଯାତ୍ରିବାହୀ ବୁଡ଼ାଜାହାଜ । ଆଟଲାଣ୍ଟିକ ମହାସାଗର ତଳେ ଥିବା ପ୍ରସିଦ୍ଦ ଟାଇଟାନିକ ଜାହାଜର ଭଗ୍ନାବଶେଷ ନିକଟରେ ଏକ ବ୍ୟବସାୟିକ ବୁଡ଼ାଜାହାଜ (ସବମର୍ସିବଲ) ନିଖୋଜ ହୋଇଯାଇଛି ବୋଲି ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି । ଏହି ବୁଡ଼ାଜାହାଜରେ ପର୍ଯ୍ୟକଟମାନଙ୍କୁ ଟାଇଟାନିକ ଭିତରକୁ ନିଆଯାଇଥାଏ । ତେବେ ନିଖୋଜ ବିମାନରେ କେତେ ଲୋକ ଅଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆହୁରି ମଧ୍ୟ ଟାଇଟାନିକର କେଉଁ ପଟେ ଏହା ନିଖୋଜ ହୋଇଛନ୍ତି ତାହା ଜଣାପଡ଼ିନାହିଁ । ଏହାକୁ ଠାବ କରିବାକୁ ଏକ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । ଓସେନ ଗେଟ୍ ଏକ୍ସପେଡିସନ ନାମକ ଏକ ଘରୋଇ କମ୍ପାନି ଏହି ସବମର୍ସିବଲର ପରିଚାଳନା କରିଥାଏ । ଏହା ଯାତ୍ରୀମାନଙ୍କୁ ଗଭୀର ସମୁଦ୍ର ଓ ଟାଇଟାନିକର ଭଗ୍ନବଶେଷର ପର୍ଯ୍ୟଟନ କରାଇଥାଏ । ଏଥିରେ ଗୋଟିଏ ସିଟ୍ ପାଇବାକୁ ଯାତ୍ରୀମାନଙ୍କୁ ଅଢେଇ ଲକ୍ଷ ଡଲାର ବା ୨ କୋଟି ଟଙ୍କା ବ୍ୟୟ କରିବାକୁ ପଡିଥାଏ ।

ଗୋଟିଏ ଥରରେ ୫ ଜଣ ଯାତ୍ରୀ ଯାଇପାରିବେ । ସୋମବାର ନିଖୋଜ ସବମର୍ସିବଲରେ ସାଧାରଣ ଯାତ୍ରୀ ଥିବା କମ୍ପାନି ସ୍ବୀକାର କରିଛି । ୧୯୧୨ ମସିହା ଏପ୍ରିଲ ୧୪ ତାରିଖରେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଏକ ହିମଖଣ୍ଡ ସହ ଧକ୍କା ହେବା ପରେ ଟାଇଟାନିକ୍ ବୁଡ଼ି ଯାଇଥିଲା। ଟାଇଟାନିକ୍ ବୁଡ଼ିଯିବା ରୁ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.