ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା କନିଫର୍‌ ଗଛ

0

ଦୁଇ ପରିବାରର ବିବାଦରେ ଅଧା ବଳିପଡିଲା ଏକ କନିଫର୍‌ ଗଛ । ଉତ୍ତର ଇଂଲଣ୍ଡ ସିଫଲ୍‌ଡ୍ ଅଞ୍ଚଳରେ ‌ପଡ଼ୋଶୀ ଭାବେ ରହୁଥିବା ଦୁଇଟି ଭାରତୀୟ ବଂଶୋଦ୍ଭବ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଆଉ ସେହି କାରଣରୁ ସେମାନଙ୍କ ଅଗଣା ମଝିରେ ଥିବା ଏକ କନିଫର୍‌ ଗଛକୁ ଦୁଇଫାଳ କରାଯାଇଛି । ପଡ଼ୋଶୀ ଭରତ ମିସ୍ତ୍ରୀ ଏନେଇ କହିଛନ୍ତି ଯେ, ଝଙ୍କାଳିଆ ‌ହୋଇ ଉଠିଥିବା ଏହି ଗଛଟିରେ ଅନେକ ପାରା ଆସି ବସିବା ସହ ମଳତ୍ୟାଗ କରି ଅଗଣା ଅପରିଷ୍କାର କରୁଛନ୍ତି । ଆଉ ଏହାକୁ ନେଇ ତାଙ୍କ ପଡୋଶୀ ଅନେକ ସମୟରେ ଅଭିଯୋଗ କରି ଆସୁଥିଲେ ।

ଏହି କଥାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଅଧିକାଂଶ ଦିନ ପାଟିତୁଣ୍ଡ ହେବାରୁ ସେମାନେ ଆପୋସ ଉପାୟ ଚିନ୍ତା କରୁଥିଲେ । କିନ୍ତୁ, ସମାଧାନ ବାଟ ବାହାରିବା ପୂର୍ବରୁ ମିସ୍ତ୍ରୀଙ୍କ ପଡ଼ୋଶୀ ଜଣେ ‘ଟ୍ରି ସର୍ଜନ୍‌’ ବା ବୃକ୍ଷ ଶଲ୍ୟ ଚିକିତ୍ସକଙ୍କୁ ଡକାଇ ଜିଅନ୍ତା ଗଛଟିର ଅଗରୁ ମୂଳ ପର୍ଯ୍ୟନ୍ତ ଚିରି ପକାଇଛନ୍ତି । ମିସ୍ତ୍ରୀ ଏ ଘଟଣାରେ ଘୋର ଉଦ୍‌ବେଗ ପ୍ରକାଶ କରିବା ସହିତ ଆକର୍ଷଣୀୟ ହୋଇ ବଢ଼ିଥିବା ଗଛଟି ଏବେ ମରିବ କି, ବଞ୍ଚିବ ଏଇ ଚିନ୍ତା ତାଙ୍କୁ ଘାରୁଛି ।

ଭରତ ମିସ୍ତ୍ରୀ ପଡ଼ୋଶୀଙ୍କ ଅନୁମତି ନେଇ ମାଳୀ ଡକାଇ ସେ ଗଛଟିକୁ ବର୍ତ୍ତୁଳାକାର (ଗୋଲାକାର) କରି କାଟିବାରୁ ତାହା ଅଧିକ ଆକର୍ଷଣୀୟ ଦିଶୁଥିଲା । କିନ୍ତୁ, ଦୁର୍ଯୋଗକୁ ପାରାମାନେ ଆସି ସେ ଗଛରେ ବସାବାନ୍ଧିବାରୁ ବିବାଦ ଆରମ୍ଭ ହେଲା । ଜିଅନ୍ତା ‘କନିଫର’ଗଛଟିକୁ ଚିରି ଦେଇଥିବା ଉକ୍ତ ପଡ଼ୋଶୀଙ୍କ ଠାରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.