ବନ୍ୟା ପରିସ୍ଥିତିକୁ ବିଚାର କରି ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥଗିତ, ୨୦ ହୋଇଥାନ୍ତା ଆରମ୍ଭ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଜି ବନ୍ୟାଂଚଳ ପରିଦର୍ଶନରେ ଯାଇଥିବା ରାଜ୍ୟ ବିଜେପିର ୩ଟି ଟିମ୍‌ର ମତାମତ ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ବିଚାର କରି ଆସନ୍ତା ୨୦, ୨୧ ଓ ୨୨ ତାରିଖରେ ପୁରୀଠାରେ ହେବାକୁ ଥିବା ଭାରତୀୟ ଜନତା ପାର୍ଟୀର ୩ ଦିନିଆ ଗୁରୁତ୍ୱପୂର୍ଣ୍ଣ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଯାଇଛି ।
ପରବର୍ତୀ ସୁଚନା ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଗଲା ବୋଲି ପ୍ରଦେଶ ପ୍ରଶିକ୍ଷଣ ବିଭାଗ ରାଜ୍ୟ ସଂଯୋଜକ ଶ୍ରୀମତୀ ସୁରମା ପାଢୀ ସୁଚନା ଦେଇଛନ୍ତି । ଏଥି ସହ ବିଜେପିର ସମସ୍ତ କାର୍ଯ୍ୟକର୍ତା ବନ୍ୟାଂଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହ ଯୋଗ କରିବାକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.