ଦୋଳ ଯାତ୍ରାରେ ଗଡ଼ିଲା ମୁଣ୍ଡ ;କନଷ୍ଟେବଳ ମୃତ

0

୧୪.੦୩.୨੦୨੦(ଓଡ଼ିଆ ନ୍ୟୁଜ ବ୍ୟୁରୋ ) : ଢେଙ୍କାନାଳ ସଦର ଥାନା ଚାଉଳିଆ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗାଁରେ ଦୋଳ ମେଳଣ ଚାଲୁଥିବା ସମୟରେ ବଚସାକୁ ନେଇ ପାଖ ଗ୍ରାମର ଜଣେ ଯୁବକ ପୋଲିସ କନଷ୍ଟେବଳଙ୍କ ଉପରକୁ ଗୁଳି ଚାଲାଣ କରିଥିଲେ l ଫଳରେ ଆହତ କନଷ୍ଟେବଳଙ୍କୁ ପ୍ରଥମେ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ପରେ ଅବସ୍ଥା ସଙ୍କଟପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ତେବେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ମୃତ କନଷ୍ଟେବଳଙ୍କ ନାମ ରାମ ସାହୁ ବୋଲି ଜଣାପଡିଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି I ଏହି ଘଟଣା ଘଟିବ∣ ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି l

 

Leave A Reply

Your email address will not be published.