ଭାରତରେ କରୋନା ଭାଇରସର ସ୍ଥିତି

0

ଭାରତରେ ଦିନକୁ ଦିନ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି l ତତ୍ ସହିତ କରୋନା ଜନିତ ଆକ୍ରାନ୍ତଙ୍କରେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 35043 କୁ ବୃଦ୍ଧି ପାଇଛି l ଏହା ସହ ଦେଶରେ 8888 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ସେହିପରି 1147 ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଦେଶର ମହାରାଷ୍ଟ୍ର ରାଜ୍ଯରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ଯ ସର୍ବାଧିକ ରହିଛି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 10498 ରେ ପହଁଞ୍ଚିଛି l ସେହିପରି ମୃତକଙ୍କ ସଂଖ୍ୟା 459 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 1773 ରହିଛି l ଗୁଜୁରାଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 4395 ଥିବା ବେଳେ ମୃତକଙ୍କ ସଂଖ୍ଯା 214 ଏବଂ ସୁସ୍ଥ ଙ୍କ ସଂଖ୍ୟା 613 ରହିଛି l ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3515 ଥିବା ବେଳେ ସୁସ୍ଥ ଙ୍କ ସଂଖ୍ୟା 1094 ଏବଂ ମୃତକଙ୍କ ସଂଖ୍ଯା 59 ରହିଛି l ମଧ୍ୟପ୍ରଦେଶ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 2660 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 482 ଏବଂ ମୃତକଙ୍କ ସଂଖ୍ଯା 137 ରହିଛି l ରାଜସ୍ଥାନ ରାଜ୍ୟରେ 2584 ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ଙ୍କ ସଂଖ୍ୟା 836 ରହିଛି ଏବଂ ମୃତକଙ୍କ ସଂଖ୍ଯା 58 ଜଣ ରହିଛନ୍ତି l

Leave A Reply

Your email address will not be published.