ଓଡ଼ିଆ ନ୍ୟୁଜ୍: ଚର୍ଚ୍ଚିତ ଖଳନାୟକ ପୀୟୂଷ ତ୍ରିପାଠୀଙ୍କୁ କୋର୍ଟ ଝଟ୍କା। କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମଞ୍ଚ ଚଢ଼ିବା ବାରଣ।ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ଲାଗିଲା ରୋକ୍।ଗତ ୫ ତାରିଖରେ ମଞ୍ଚ ଚଢ଼ିଥିଲେ ପୀୟୂଷ।ସିଂହବାହିନୀର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ।ଏହାକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ ସୂର୍ଯ୍ୟ ମନ୍ଦିର ମାଲିକ। କାରଣ ପୀୟୂଷଙ୍କ ଚୁକ୍ତି ସୂର୍ଯ୍ୟ ମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ଥିଲା।ମାତ୍ର ଚୁକ୍ତି ସରି ନ ଥିଲା ବେଳେ ପୀୟୂଷ ସିଂହବାହିନୀ ଆସିବାକୁ ଚାହୁଁଥିଲେ।ବିବାଦ ହେବାରୁ ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିଲେ।ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ କୋର୍ଟ ଯାଇଥିଲେ ସୂର୍ଯ୍ୟମନ୍ଦିର ମାଲିକ।
ସେପଟେ ପିୟୁଷ କହିଛନ୍ତି କୋର୍ଟ ନୋଟିସ୍ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ କରିବି। ଏଯାବତ୍ ମୋତେ କୋର୍ଟଙ୍କ ପକ୍ଷରୁ କୌଣସି ନୋଟିସ୍ ଆସିନି।ନୋଟିସ୍ ନ ପାଇବା ପର୍ଯ୍ୟନ୍ତ ମଞ୍ଚରେ ଅଭିନୟ ଜାରି ରଖିବି।