କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: କଟକ କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର। ନଦୀପଠା ବାଲି ମାଟି ତଳୁ ଗଳିତ ଅବସ୍ଥାରେ ମିଳିଲା ଶବ। ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ। ପ୍ରମାଣ ନଷ୍ଟ କରିବା ପାଇଁ ଶବ ପୋତି ଦେଇଥିବା ଅନୁମାନ। ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ।ମହିଳାଙ୍କ ପରିଚୟ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି।

ଖବର ଅନୁଯାୟୀ, ସକାଳୁ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ସ୍ପଟରେ ବାରଙ୍ଗ ଥାନା ଅଧିକାରୀ ଓ ଜୋନ ୪ ଏସିପି ପହଞ୍ଚିଛନ୍ତି। ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମର ମଧ୍ୟ ସହାୟତା ନିଆଯାଇଛି। ତେବେ ମୃତ ମହିଳା କିଏ, ଏଠାକୁ କେମିତି ଆସିଲେ ?

ସେପଟେ ବିଭିନ୍ନ ଦିଗକୁ ଅନୁଧ୍ୟାନ କରି ତଦନ୍ତ କରୁଛି ପୋଲିସ। ମୃତଦେହ ଅଧା ପୋତା ହୋଇଥିବା ନଦୀର ଆଖପାଖ ଅଞ୍ଚଳରେ ବହୁ ଇଟାଭାଟି ରହିଛି। ଇଟାଭାଟିରେ ବାହାର ଜିଲ୍ଲା ଓ ରାଜ୍ୟର ଶ୍ରମିକ କାମକରନ୍ତି। କୌଣସି ଦୂରାରୋଗ୍ୟରେ ମହିଳା ଜଣକ ମୃତ୍ୟବରଣ କରିବାପରେ ପରିବାର ନଦୀ ବାଲିରେ ପୋତି ଦେଇଥିବା ପୋଲିସ ଅନୁମାନ କରୁଛି। ହେଲେ ନଦୀ କୂଳରେ ରାତିହେଲେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିଥାଏ। କେହି ତାଙ୍କୁ ମାରି ଫିଙ୍ଗି ଦେଇଛି କି ସେ ଦିଗକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆଗକୁ ବଢ଼ାଉଛି। ତେଣୁ ତଦନ୍ତ ପରେ ଘଟଣାର ସତ୍ୟତା କଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Leave A Reply

Your email address will not be published.