୬ କୋଟିର ସାଇବର ଠକେଇ

0

ରାଜ୍ୟରେ ପୁଣି ମାତିଛନ୍ତି ସାଇବର ଠକ । ବ୍ରହ୍ମପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଲୋକଙ୍କୁ ରୋଜଗାର ଦେବା ନାଁରେ ଲୁଟି ନେଇଛନ୍ତି ୬ କୋଟି ଟଙ୍କା । ପ୍ରାୟ ୬୦୦ ଲୋକଙ୍କୁ ଲୁଟିବା ସହିତ ୬ କୋଟି ଟଙ୍କା ନେଇ ଅନ୍ତର୍ଦ୍ଧାନ ହେଇ ଯାଇଛନ୍ତି ଏହି ଲୁଟେରା । ଅନଲାଇନରେ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ଏହି ଲୁଟ କରାଯାଇଥିଲା ।

ଏହି ଲୁଟ ସମ୍ପର୍କରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତ । ଗଜପତି ଜିଲ୍ଲାର ପ୍ରାୟ ୪୦ରୁ ଅଧିକ ପୀଡିତ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏହା ସହିତ ଏହି ମାମଲା ସାଇବର ଥାନାକୁ ହସ୍ତାନ୍ତର କରାଯିବ ବୋଲି ଡିଆଇଜି କହିଛନ୍ତି ।

Leave A Reply

Your email address will not be published.