ସାନଖେମୁଣ୍ଡିରେ ଝାଡାବାନ୍ତି ଆକ୍ରାନ୍ତ, ୨ ମୃତ

0

ଓଡ଼ିଆ ନ୍ୟୁଜ୍: ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତି କାୟା ବିସ୍ତାର କରୁଛି। ମଙ୍ଗଳବାର ଝାଡାବାନ୍ତିରେ ସଂକ୍ରମିତ ହୋଇ ଗାଁ ନିକଟ କ୍ୱାକ ଦ୍ୱାରା ଚିକିତ୍ସାଧୀନ ସମ୍ବାରୁ ମଲ୍ଲିକ(୬୦) ଏବଂ କାନ୍ଦରା ମଲ୍ଲିକ(୬୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସେହିପରି ଝାଡାବାନ୍ତିରେ ଗ୍ରାମର ୧୦ରୁ ଊଦ୍ଧର୍‌ବ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକୁରି ମଲ୍ଲିକ ନାମ୍ନୀ ଜଣେ ବୃଦ୍ଧାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ବାହନ ଦାସଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ। କିନ୍ତୁ ସେଠାକାର ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.