ମାହାଙ୍ଗା ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣା: ବିଜେପି ଯୁବ ମୋର୍ଚ୍ଚା ର ବିକ୍ଷୋଭ ପ୍ରଦର୍ଶନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମାହାଙ୍ଗାର ବହୁଚର୍ଚ୍ଚିତ ଅନରକିଲିଂ ଘଟଣାର ପୀଡ଼ିତା ସ୍କୁଲ ଛାତ୍ରୀ ସ୍ଵର୍ଣ୍ଣଲତାଙ୍କୁ ନ୍ୟାୟ ଏବଂ ପ୍ରମାଣ ନଷ୍ଟ କାରୀ ଓ ବ୍ଲାକମେଲର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ। ଏହି ବିକ୍ଷୋଭ ରେ ଭୁବନେଶ୍ୱର ଯୁବମୋର୍ଚ୍ଚା ସଭାପତି ସ୍ୱୟଂ ସେବକ ରାୟ,ସାଧାରଣ ସମ୍ପାଦକ ଚଣ୍ଡୀ ପ୍ରସାଦ ବେହେରା, ଉପସଭାପତି ରାମ ନନ୍ଦ,ଶାଶ୍ୱତ ନାୟକ,ଦୀପକ ମହାନ୍ତି,ସମ୍ପାଦକ ତପନ ନାୟକ, ଶାନ୍ତନୁ କୁମାର ଦାଶ, ଚିରାଗ ମିଶ୍ର,ମଣ୍ଡଳସଭାପତି ଜଗବନ୍ଧୁ ସ୍ୱାଇଁ,ପ୍ରଭାତ କୁମାର ମଲ୍ଲିକ, ନଗେନ କୁମାର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.