ତେଲମାରି ରାଜ୍ୟସଭା ଯାଇଛନ୍ତି: ଦେବାଶିଷ ସାମନ୍ତରାୟ

0

ଓଡ଼ିଆ ନ୍ୟୁଜ୍: ପୁଣି ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ।ବରିଷ୍ଠ ଉପସଭାପତି ଗ୍ରହଣ ପାଇଁ ମନା କଲେ ଦେବାଶିଷ ସାମନ୍ତରାୟ।ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦ ନେବାକୁ ମନା କଲେ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଚିଠି।ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଲେଖିଲେ। ‘ଆମ ପାର୍ଟି ବର୍ତ୍ତମାନ ନୂଆ ଆଇଡୋଲୋଜିରେ ଅଗ୍ରସର ହେଉଛି’। ‘କଣ ପାଇଁ ଗତ ନିର୍ବାଚନରେ ଦଳ ହାରିଲା ସ୍ବୀକାର କି ପ୍ରକାଶ କରାଗଲାନି’। ‘ମାତ୍ର ସବୁ କର୍ମୀଙ୍କ ପାଟିରେ ପରାଜୟ କାରଣ ପରିପ୍ରକାଶ ହେଉଛି’।‘କେହି କୁହନ୍ତୁ ବା ନ କୁହନ୍ତୁ ୨୦୨୪ ପରାଜୟ କାରଣ ସମସ୍ତେ ଜାଣନ୍ତି’।

‘ବର୍ତ୍ତମାନ ସ୍ଥିତିରେ ଆପଣ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ’। ‘ମୁଁ ବିଜେଡିର ଜଣେ ସାଧାରଣ କର୍ମୀ ଭାବେ କାମ କରି ଚାଲିବି। ଚିଠି ଲେଖିବା ପରେ ବର୍ଷିଲେ ସାଂସଦ ଦେବାଶିଷ ସାମନ୍ତରାୟ। ୱକ୍‌ଫ ବିଲ୍‌ ବେଳୁ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ କହିଲେ।କିଛି ରାଜ୍ୟସଭା ସାଂସଦ ବିରୋଧ କରିବା ପ୍ରଶ୍ନରେ ମଧ୍ୟ ରଖିଲେ ମତ।‘ସେମାନେ କଣ ରାଜନେତା, ତେଲମାରି ରାଜ୍ୟସଭା ଯାଇଛନ୍ତି’।ଆମ ଦଳକୁ ବର୍ତ୍ତମାନ ଭୈରବ ଚଳାଉଛନ୍ତି- ଦେବାଶିଷ।‘ମୋତେ ଲାଗୁଛି ରିମୋଟ୍‌ କଣ୍ଟ୍ରୋଲରେ ଦଳ ଚାଲିଛି’।‘ବିଜୁ ଲିଗାସୀ, ନବୀନ ଲିଗାସୀ ଦଳରେ ନାହାନ୍ତି, ଚାମ୍‌ଚା ଅଛନ୍ତି’।

Leave A Reply

Your email address will not be published.