ଓଡ଼ିଆ ନ୍ୟୁଜ୍: ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ଦେବାଶିଷ ସାମନ୍ତରାୟ।ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି: ଦେବାଶିଷ।’ଟିକେଟ୍ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍ ଦେଇନି ଦଳ’।’ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି।ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ଦେବାଶିଷ । କହିଲେ, ଶ୍ରୀମୟୀ ମିଶ୍ର ସବୁ ବେଳେ ଠିକ୍ କଥା କହିଛନ୍ତି। ଶ୍ରୀମୟୀଙ୍କୁ ଦଳ ଅଣଦେଖା କରିଛି। ଟିକେଟ୍ ଦେବ ବୋଲି କହି ଦଳ ଟିକେଟ୍ ଦେଲାନି। । ଦଳ ବିରୋଧରେ ମୁହଁ ଖୋଲିଲେ ଆକ୍ସନ ଠିକ୍ ନୁହେଁ । ପ୍ରଫୁଲ୍ଲ ମଲ୍ଲିକ, ଭାସ୍କର ରାଓ ସୁବିଧାବାଦୀ ନେତା ନୁହନ୍ତି। ସମସ୍ତଙ୍କ କଥା ଶୁଣିବା କଥା । ମତେ ଦଳ ଯାହା କହେ ମୁଁ ଶୁଣେ । ମତେ କେବେ ବି ଦଳରେ ଅଣଦେଖା କରାଯାଇନାହିଁ। ସେ କହିଛନ୍ତି, ଗଣତନ୍ତ୍ରରେ ଏଭଳି କରାଯିବା ଠିକ୍ ନୁହେଁ।
ସେପଟେ ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, କ୍ଷମତା ଉପଭୋଗ ପରେ ବୟାନବାଜି କରିବା ଦୁର୍ଭାଗ୍ୟଜନକ। ଦେବାଶିଷ ସାମନ୍ତରାୟ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ଦଳରେ କିଏ କଣ କରୁଛି ଶୃଙ୍ଖଳା କମିଟି ଦେଖୁଛି। ସେ ବିଷୟରେ ଦଳର ସୁପ୍ରିମୋ ମଧ୍ୟ ଅବଗତ ଅଛନ୍ତି।