ଆରଏସଏସର ଦିଲ୍ଲୀ କାର୍ଯ୍ୟାଳୟକୁ ମିଳିଲା Z+ ସୁରକ୍ଷା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ସରକାର ଦିଲ୍ଲୀର ଝାଣ୍ଡେୱାଲାନରେ ଅବସ୍ଥିତ ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ) କାର୍ୟ୍ୟାଳୟକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସଏଫ) ର ଜେଡ-ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ସଜ୍ଜିତ ସିଏସଏଫ୍ କମାଣ୍ଡୋ ବିଲ୍ଡିଂ ପରିସରରେ ନିୟୋଜିତ ହୋଇଛନ୍ତି।

ସରକାରୀ ସୂତ୍ର ସୋମବାର କହିଛି ଯେ କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସି (ଆଇବି) ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ ଆରଏସଏସ କାର୍ୟ୍ୟାଳୟକୁ ସିଏସଏଫ ସୁରକ୍ଷା ଯୋଗାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁମୋଦନ କରିଛି।

ସୂତ୍ରରୁ ପ୍ରକାଶ ଯେ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଏସ୍ଏଫ୍) କୁ କେନ୍ଦ୍ରୀୟ ଦିଲ୍ଲୀର ଝାଣ୍ଡେୱାଲାନସ୍ଥିତ ମୁଖ୍ୟ ‘କେଶବ କୁଞ୍ଜ’ କାର୍ୟ୍ୟାଳୟ ଏବଂ ‘ଉଦାସୀନ ଆଶ୍ରମ’ ନିକଟରେ ଥିବା କ୍ୟାମ୍ପ କାର୍ୟ୍ୟାଳୟକୁ ଜେଡ-ପ୍ଲସ ସୁରକ୍ଷା କଭରର ନିୟମ ଅନୁଯାୟୀ ପ୍ରଦାନ କରାଯାଇଛି। ହେଇ ଯାଇଛି। ସ୍ୱତନ୍ତ୍ର ତାଲିମପ୍ରାପ୍ତ ସିଏସଏଫ୍ କର୍ମଚାରୀ ଏଠାରେ ନିୟୋଜିତ ହୋଇଛନ୍ତି।

ଆରଏସଏସ ମୁଖ୍ୟ ମୋହନ ଭଗବତ ସିଏସଏଫର ଭିଆଇପି ସୁରକ୍ଷା ୟୁନିଟର ଜେଡ-ପ୍ଲସ ବର୍ଗ ସୁରକ୍ଷା ଅଧୀନରେ ଅଛନ୍ତି। କେବଳ ଏତିକି ନୁହେଁ, ସିଏସଏଫ୍ ଦ୍ୱାରା ସଂଗଠନର ନାଗପୁର କାର୍ୟ୍ୟାଳୟକୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି।

Leave A Reply

Your email address will not be published.