ନବୀନ ପଟ୍ଟନାୟକଙ୍କ ପାଇଁ ମଞ୍ଚରେ କାନ୍ଦିଲେ ଉପ-ନଗରପାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ଉଦଘାଟନୀ ମଞ୍ଚରେ ବାରିପଦା ପୌରପାଳିକାର ଉପ-ନଗରପାଳ ସୀମା ଦାସ କାନ୍ଦି ପକାଇଲେ। ନବୀନ ପଟ୍ଟନାୟକଙ୍କୁ ନେଇ କୌଣସି ଅଶାଳୀନ ମନ୍ତବ୍ୟ ନଦେବାକୁ ମଞ୍ଚରେ ଉପରେ ଭୋ ଭୋ କାନ୍ଦି କାନ୍ଦି ଉପ-ନଗରପାଳ ଅନୁରୋଧ କରିଛନ୍ତି। ଯାହାକି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ଆଖି ଛଳ ଛଳ କରିଦେଇଥିଲା। ଆଉ ଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସେୟାର ହେବାରେ ଲାଗିଛି। ବିଜୁ ଜନତା ଦଳର ପରାଜୟ ହେବା ପରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫୋର୍ମରେ ବିଜେଡିର ବିଭିନ୍ନ ନେତା ସହିତ ଦଳର ମୁଖିଆ ତଥା ଓଡ଼ିଶାର ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ଅନେକ ଲୋକ ଟ୍ରୋଲ କରୁଛନ୍ତି। ଲୋକମାନେ ଅପଶବ୍ଦ ବ୍ୟବହାର କରି ଗାଳିଗୁଲଜ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି।

ତେବେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କର ଏହିଭଳି ଆଚରଣ ଓ ଉଚାରଣକୁ ସେ ସହ୍ୟ କରିପାରୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି ଶୁକ୍ରବାର ସନ୍ଧ୍ୟାରେ ବାରିପଦା ସ୍ଥିତ ଛଉ ପଡ଼ିଆ ଠାରେ ଅନୁଷ୍ଠିତ ହେଉଥିବା ପଞ୍ଚମ ବାରିପଦା ଶୋପିଂ ଫେଷ୍ଟିଭାଲର ଉଦଘାଟନି ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ବାରିପଦା ପୌରପରିଷର ଉପ-ନଗରପାଳ ସୀମା ଦାସ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କ ପ୍ରତି ଅପଶବ୍ଦ ବ୍ୟବହାରକୁ ସେ ସହି ନପାରି ଭାଷଣ ସମୟରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ସେ ନବୀନ ପଟ୍ଟନାୟକଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖା ଯାଉଥିବା କୌଣସି ଅପଶବ୍ଦକୁ ଗ୍ରହଣ କରିପାରୁନଥିବା ସ୍ପଷ୍ଟ ଭାବରେ କହିଛନ୍ତି। ନବୀନ ପଟ୍ଟନାୟକଙ୍କ ଗତ ୨୪ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାକୁ ଶାସନ କରି ଓଡ଼ିଶାକୁ ନୂଆ ରୂପ ଦେଇଛନ୍ତି। ତାଙ୍କ ଶାସନ କାଳରେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେଇଥିବା ବେଳେ ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ନାନାଦି ଯୋଜନା କରିଥିବା ବେଳେ ଓଡ଼ିଶାବାସୀ ତାହାର ସୁଫଳ ଆଜି ବି ନେଉଛନ୍ତି। ଯାହାକି ଆମ ମାନଙ୍କ ପାଇଁ ଏକ ଗର୍ବ ଅଟେ।

ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁରସ୍କାର ପାଇଥିବା ବେଳେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଆଜି ବେ ସେ ଘର କରି ରହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୋଟେ ବୁଢ଼ୀ ମା ଠାରୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ତାଙ୍କୁ ଝୁରିକି କାନ୍ଦୁଛନ୍ତି। କାରଣ ନବୀନ ପଟ୍ଟନାୟକ ଜଣେ ନିଆରା ମଣିଷ ଅଟନ୍ତି। ଆହୁରି ସେ କହୁଛନ୍ତି ଆପଣ ମାନେ ଯଦି ଆପଣ ମାନେ ଆମକୁ ରାଗିଛନ୍ତି ତେବେ ଆମକୁ ଗାଳି କରନ୍ତୁ। ସୁଦାମ ମାର୍ଣ୍ଡିଙ୍କୁ ଯାହା କହୁଛନ୍ତି କୁହନ୍ତୁ, ସାନନ୍ଦ ମାର୍ଣ୍ଡିଙ୍କୁ ଯାହା କହୁଛନ୍ତି କୁହନ୍ତୁ ଏବଂ ଦେବାଶିଷ ମାର୍ଣ୍ଡିଙ୍କୁ ନେଇ ଯାହା କହୁଛନ୍ତି କୁହନ୍ତୁ କିନ୍ତୁ ହେଲେ ଆମର ପ୍ରିୟ ଜନ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛିବି ଅଶାଳୀନ ମନ୍ତବ୍ୟ ଦିଅନ୍ତୁ ନାହିଁ। ଯାହାକି ଆମ ମାନଙ୍କ ହୃଦୟକୁ ବହୁ କଷ୍ଟ ଦେଉଛି। ଏମେତିକି’ ରାସ୍ତାରେ ଯିବା ଆସିବା ସମୟରେ ମଧ୍ୟ ଅନେକ ଲୋକ ଓ ଅନ୍ୟ ଦଳୀୟ ଲୋକ ମାନେ ତାଙ୍କୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ ପାସ କରୁଥିବାର ମଧ୍ୟ ସେ ନିଜ ଭାଷାଣରେ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ ଉଭୟ କୌଣସି ଦଳର ନୁହନ୍ତି। ସେମାନେ ସମସ୍ତ ଜନସାଧାରଣଙ୍କ ତେଣୁକରି ତାଙ୍କୁ ନେଇ କୋଣସି ଅପଶବ୍ଦ ବ୍ୟବହାର କି ମନ୍ଦ ମନ୍ତବ୍ୟରୁ ସମସ୍ତଙ୍କୁ ନିବୃତ୍ତ ରହିବା ପାଇଁ ଉପ ନଗରପାଳ ଶ୍ରୀମତୀ ଦାସ ସମସ୍ତଙ୍କୁ ହାତ ଯଦି ଅନୁରୋଧ କରିଛନ୍ତି।

Leave A Reply

Your email address will not be published.