ଧର୍ମଶାଳାରେ ହୋଟେଲ, ଢାବାରେ ଚଢ଼ାଉ

0

ଓଡ଼ିଆ ନ୍ୟୁଜ୍: ଧର୍ମଶାଳାର ବିଭିନ୍ନ ସ୍ଥାନରେ ଫୁଡ୍‌ ସେଫ୍ଟି ବିଭାଗର ରେଡ୍‌।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହୋଟେଲ୍ ଓ ଢାବା ଉପରେ ଚଢ଼ାଉ।ଚଢ଼ାଉ କରି ବାସି ଖାଦ୍ୟ ନଷ୍ଟ କଲା ଫୁଡ୍‌ ସେଫ୍ଟି ବିଭାଗ।ଝାଡ଼ାବାନ୍ତିରେ ୫ ଶହରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବାରୁ ତତ୍ପରତା।ଯାଜପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବାରୁ ଦୂଷିତ ଖାଦ୍ୟ ଓ ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଯାହାକୁ ନେଇ ସ୍ବାସ୍ଥ୍ୟ ସଚିବ ଓ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଖାଦ୍ୟ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଧର୍ମଶାଳା ଅଞ୍ଚଳର ବିଭିନ୍ନ ହୋଟେଲ ଓ ଢାବାରେ ଚଢ଼ାଉ କରାଯାଇ ଖାଦ୍ୟର ମାନ ଓ ପିଇବା ପାଣିର ନମୁନା ସଂଗ୍ରହ କରାଯାଉଛି। ଅନେକ ହୋଟେଲରେ ଥିବା ବାସି ଖାଦ୍ୟକୁ ନଷ୍ଟ ମଧ୍ୟ କରାଯାଇଛି। ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳରେ ଗତକାଲିଠାରୁ ଖାଦ୍ୟ ସୁରକ୍ଷା କମିଟି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି ବୋଲି ଯାଜପୁର ଖାଦ୍ୟ ସୁରକ୍ଷା ଅଧିକାରୀ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.