ଓଡ଼ିଆ ନ୍ୟୁଜ୍:ଅହମଦାବାଦର ବିମାନ ଦୁର୍ଘଟଣାସ୍ଥଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତ କରିଛନ୍ତି। ସେ ଘଟଣାସ୍ଥଳର ସମୀକ୍ଷା କରିବା ପରେ ହସ୍ପିଟାଲ୍କୁ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋଇଂ ସିଇଓ ପ୍ୟାରିସ ଏୟାରଶୋ’କୁ ତାଙ୍କର ଯାତ୍ରା ବାତିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱାସ କୁମାର ରମେଶଙ୍କୁ ମଧ୍ୟ ଭେଟିବେ। ବିଶ୍ୱାସ କୁମାର ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଏହି ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି। ତାଙ୍କର ମଧ୍ୟ ସିଭିଲ ହସ୍ପିଟାଲରେ ଚିକିତ୍ସା ଚାଲିଛି।ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅହମଦାବାଦ ଆସି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଥିଲେ।