ଆଇପିଏଲ୍ ପରେ ନିର୍ବାଚନ ଡ୍ୟୁଟିରେ ଧୋନୀ: ଭାଇରାଲ ହେଉଛି ଫଟୋ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍‌)ରେ ୪ ଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଚଳିତ ଥର ଭଲ ପ୍ରଦର୍ଶନ କରିନାହିଁ । ଆଇପିଏଲ୍‌ର ଚଳିତ ସଂସ୍କରଣରେ ଚେନ୍ନାଇ ପ୍ଲେଅଫରେ ପହଞ୍ଚି ନାହିଁ । ତେଣୁ ମହେନ୍ଦ୍ର ସିଂହ ଧୋନୀ ଖୁବ ଶୀଘ୍ର ଘରକୁ ଫେରି ଆସିଛନ୍ତି । ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ କି ମହେନ୍ଦ୍ର ସିଂହ ଧୋନୀଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରୁଛନ୍ତି ।

ଝାଡ଼ଖଣ୍ଡରେ ଏବେ ପଞ୍ଚାୟତ ନିର୍ବାଚନ ଚାଲିଛି । ନିର୍ବାଚନରେ ଡ୍ୟୁଟି କରୁଥିବା ଜଣେ ବ୍ୟକ୍ତିଙ୍କୁ ଲୋକେ ମହେନ୍ଦ୍ର ସିଂହ ଧୋନୀ ଭାବୁଛନ୍ତି । କାରଣ ଧୋନୀଙ୍କ ଭଳି ସଂପୃକ୍ତ ବ୍ୟକ୍ତି ଅବିକଳ ସମାନ ଦେଖାଯାଉଛନ୍ତି । ଏହି ବ୍ୟକ୍ତିଙ୍କର ନାଁ ବିବେକ କୁମାର, ଯିଏକି ସିସିଏଲରେ ସହାୟକ ପ୍ରବନ୍ଧକ ପଦରେ ମୁତୟନ ଅଛନ୍ତି । ରାଞ୍ଚୀରେ ସେ ଡ୍ୟୁଟି କରୁଛନ୍ତି । ଲୋକେ ବିବେକଙ୍କ ସହିତ ଫଟୋ ଉଠାଉଛନ୍ତି । ବିବେକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Leave A Reply

Your email address will not be published.