ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଲକାନଗିରି ଡିପଥେରିଆ ଆତଙ୍କ। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମେଡିକାଲ ଟିମ୍ ଗାଁରେ ପହଂଚି ସ୍ଥିତି ପରଖିଛି। ମୃତକ ଜଣକ ଛାତ୍ର ହୋଇଥିବାରୁ ତଙ୍ଗଗୁଡ଼ା ଆବାସିକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ଟିମ୍ । ମୃତ ଛାତ୍ର ଜଣଙ୍କ ମାଲକାନଗିରି ଜିଲା କାଲିମେଳା ବ୍ଲକ ଚିତ୍ରାଙ୍ଗପଲ୍ଲୀ ଆବାସିକ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ଚତୁର୍ଥ ଶ୍ରେଣୀ ଛାତ୍ର ଶିବୁ ମାଡ଼କାମୀ।
ତାଙ୍କୁ ପ୍ରଥମେ ଜ୍ବର ହେବାରୁ ୧୪ ତାରିଖରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା। ରକ୍ତ ନମୁନା ପରୀକ୍ଷା ପରେ ସେ ଡିପଥେରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ୨୦ ତାରିଖରେ ଉକ୍ତ ଆବାସିକ ବିଦ୍ୟାଳୟର ୩ ଜଣଙ୍କୁ ଜ୍ବର ହେବାରୁ ସେମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ୩ ଜଣଙ୍କ ମଧ୍ୟରୁ ଛାତ୍ର ପିଙ୍କୁ ମାଢ଼ୀ ଡିପଥେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।
ପିଲାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। କୋରାପୁଟ, ରାୟଗଡା ଜିଲ୍ଲା ପରେ ଏବେ ମାଲକାନଗିରି ଜିଲ୍ଲାରେ ପହଞ୍ଚିଛି ଡିପଥେରିଆ ରୋଗ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥିତ ଚିତ୍ରାଙ୍ଗପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ରୋଗରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେହିପରି ଶନିବାର ଅନ୍ୟଜଣେ ଛାତ୍ରଙ୍କ ପଜିଟିଭ ରିପୋର୍ଟ ଜଣାପଡିବା ପରେ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ଚିକିତ୍ସା ନିମନ୍ତେ ପଠାଯାଇଛି।
Comments are closed.