ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଣେଶ ପୂଜା ଭଷାଣିରେ ଫୁଟିଲା ବାଣ | ବାଣ ବିସ୍ଫୋରଣରେ ଜଣେ ମୃତ | ନବରଙ୍ଗରପୁର ଜିଲ୍ଲା ଉମରକୋଟରେ ଏହି ଅଘଟଣ ଘଟିଛି | ତେବେ ଉମରକୋଟ ଶିବାଜୀନଗର ପୂଜା କମିଟି ପକ୍ଷରୁ ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ପ୍ରୋସେସନ ଚାଲିଥିଲା। ଏହି ସମୟରେ ବାଣ ଫୁଟୁଥିବା ବେଳେ ଦୀପକ ହରିଜନକ ଉପରେ ନିଆଁ ଖସି ପଡ଼ିଥିଲା।
ଉକ୍ତ ସମୟରେ ପ୍ରୋସେସନରେ ସାମିଲ ହୋଇଥିବା ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସାରେ ବିଳମ୍ବ ଅଭିଯୋଗକୁ ନେଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଗଣେଶ ପୂଜା ଭସାଣି ସମୟରେ ବାଣ ଫୁଟା ଯାଉଥିଲା। ସେହି ସମୟରେ ଅସାବଧାନତାରୁ ବ୍ୟାଗ୍ରେ ଥିବା ବାଣ ଭିତରେ ନିଆଁ ପଡ଼ିଯାଇଥିଲା। ବାଣ ବିସ୍ଫୋରଣ ଘଟି ଦୀପକଙ୍କ ସହ ଅନ୍ୟ ଜଣେ ଗୁରୁତର ହୋଇଥିଲେ।
ଉଭୟଙ୍କୁ ତୁରନ୍ତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଚିକିତ୍ସା ପରେ ଦୀପକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାରେ ବିଳମ୍ବରୁ ଦୀପକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ଶତାଧିକ ବ୍ୟକ୍ତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହୋ-ହଲ୍ଲା କରିଥିଲେ। ଏହି ଘଟଣା ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି।