ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚନ୍ଦ୍ରରେ ମିଳିଛି ଅମ୍ଳଯାନ । ଚନ୍ଦ୍ରରେ ଏବେ ଜୀବଜଗତ ସମ୍ଭବ ଏଭଳି ଆଶା ସୃଷ୍ଟି ହୋଇଛି । ରୋଭରରେ ଥିବା ଲିବ୍ସ ନାମକ ଯନ୍ତ୍ର ଚନ୍ଦ୍ରପୃଷ୍ଠରେ ଅନେକ ଗୁଡ଼ିଏ ପଦାର୍ଥ ରହିଛି ବୋଲି ସ୍ପଷ୍ଟ କରିଛି ।
ପ୍ରାଥମିକ ସ୍ତରରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ରହିଛି ବୋଲି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିଛି । ଲିବ୍ସ ହେଉଛି ଏଭଳି ଏକ ଯନ୍ତ୍ର, ଯାହା ଚନ୍ଦ୍ରପୃଷ୍ଠରେ ଥିବା ମାଟି ଓ ପଥରର ରସାୟନିକ ପଦାର୍ଥର ଅନୁଧ୍ୟାନ କରେ । ତେବେ ଚନ୍ଦ୍ରପୃଷ୍ଠରେ ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍, ଟିଟାନିୟମ୍, ଭଳି ପଦାର୍ଥ ରହିଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର ତୃତୀୟ ପର୍ୟ୍ୟାୟରେ ଚନ୍ଦ୍ରରେ ଅମ୍ଲଜାନ, ସିଲିକନ୍, ମାଙ୍ଗାନିଜ୍ ଥିବାର ମଧ୍ୟ ସୂଚନା ଦିଆଯାଇଛି । ଚନ୍ଦ୍ରରେ ଅମ୍ଲଜାନ ଥିବାର ସୂଚନା ଭାରତର ବୈଜ୍ଞାନିକଙ୍କୁ ଆହୁରୀ ଉତ୍ସାହିତ କରିଛି ।