ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ ମୁଣ୍ଡ ଟେକିବା ଆରମ୍ଭ କଲାଣି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ସେହିପରି ରାଜ୍ୟରେ କରୋନା ଏବେ ୨ ଅଙ୍କ ଟ୍ରେଣ୍ଡରେ ପହଞ୍ଚିଛି। ସଂକ୍ରମଣ ପୁଣି ଥରେ ବଢ଼ୁଥିବାରୁ ଲକ୍ଷଣ ଥିଲେ ହେୟଜ୍ଞାନ ନକରି ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ଗତ ୭ ଦିନର ଟ୍ରେଣ୍ଡ ଦେଖିଲେ ରାଜ୍ୟରେ ୨ ଅଙ୍କ ବିଶିଷ୍ଟ ପଜିଟିଭ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧ ପଜିଟିଭି ଚିହ୍ନଟ ହୋଇଛନ୍ତି। କରୋନା ଗ୍ରାଫ ଉପରେ ତୀକ୍ଷଣ ନଜର ରଖାଯାଇଛି। ଏଥିସହ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।
ରାଜ୍ୟରେ ସର୍ଭିଲାନ୍ସକୁ ତ୍ୱରାନ୍ୱିତ କରାଯାଇଛି, ଟେଷ୍ଟିଂକୁ ୧୦ରୁ ୧୫% ବଢ଼ାଇବାକୁ କୁହାଯାଇଛି। ଭିଡ଼କୁ ଯାଆନ୍ତୁ ନାହିଁ, ଅଯଥା ଭିଡ଼ କରନ୍ତୁ ନାହିଁ । ଭିଡ଼କୁ ଗଲେ ମାସ୍କ ପିନ୍ଧନ୍ତୁ । ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇ ନିଅନ୍ତୁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।