ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଭାପତି ପଦବୀରେ ଡ଼ଃ ଜୟନ୍ତ ପଣ୍ଡା ବିଜୟ ହୋଇଛନ୍ତି ।। ଡ଼ଃ ପଣ୍ଡା ତାଙ୍କର ନିକଟ ତମ ପ୍ରତିଦ୍ୱନ୍ଦୀ ସଂଯୁକ୍ତା ମହାପାତ୍ର ଙ୍କ ଠାରୁ 158 ଖଣ୍ଡ ଭୋଟ ଅଧିକା ପାଇ ବିଜୟ ଲାଭ କରିଛନ୍ତି।।ଡ଼ଃ ପଣ୍ଡା 588 ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କର ନିକଟ ତମ ପ୍ରତିଦ୍ୱନ୍ଦୀ ସଂଯୁକ୍ତା ମହାପାତ୍ର 430 ଖଣ୍ଡ ଭୋଟ ପାଇଛନ୍ତି ।।
ସେହିପରି ଉପସଭାପତି ପଦବୀ ରେ ଜନ୍ମେଞ୍ଜୟ ମହାପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କ୍ରିଷ୍ଣ ପ୍ରତିମ ବାସୁ ଙ୍କୁ ହରାଇ ବିଜୟ ଲାଭ କରିଛନ୍ତି।ସାଧାରଣସମ୍ପାଦକ ପଦବୀ ରେ ଯଶୋବନ୍ତ ଦାସ ବିଜୟ ଲାଭ କରିଛନ୍ତି ।ଯୁଗ୍ମସମ୍ପାଦକ ପଦବୀ ରେ ସତ୍ୟ ମୋହନ ରଥ ବିଜୟ ଲାଭ କରିଛନ୍ତି। ସେହିପରି କୋଷାଧ୍ୟକ୍ଷ ପଦଵୀ ରେ ସତ୍ୟ ଶୋଭନ ନନ୍ଦ ବିଜୟ ଲାଭ କରିଛନ୍ତି ।।ନିର୍ବାଚନରେ ସଭାପତି ପଦବୀ ପାଇଁ ଦୁଇ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ଉପସଭାପତି ପଦବୀ ପାଇଁ ଦୁଇ ଜଣ, ସାଧାରଣ ସମ୍ପାଦକ ପଦବୀ ପାଇଁ ତିନି ଜଣ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଦୁଇ ଜଣ, କୋଷାଧ୍ୟକ୍ଷ ପଦବୀ ପାଇଁ ଦୁଇ ଜଣ ଓ ନଅ ଟି କାର୍ଯ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ୧୯ ଜଣ ଆଶାୟୀ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ।