ରାଜଧାନୀରେ ୬ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଜାମ୍ କରିଦେଲେ ଡ୍ରାଇଭର ମହାସଂଘ: ପରିବହନ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ହଟିଲେ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଡ୍ରାଇଭର ସଂଘର ପ୍ରତିନିଧିଙ୍କ ସହ ଆଲୋଚନା ସଫଳ ହୋଇଛି। ଡ୍ରାଇଭର ସଂଘ ର ସଭାପତି ଆଲୋଚନା ପରେ ରାସ୍ତାରୁ ଉଠିବେ ଡ୍ରାଇଭର । ଆଜି ରାଜଧାନୀରେ ଡ୍ରାଇଭର ମହାସଂଘର ରଣହୁଙ୍କାର ଦେଇଥିଲେ। ହଜାର ହଜାର ଡ୍ରାଇଭର ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ କରିଥିଲେ। ସକାଳ ୬ ରୁ ୩ ପର୍ଯ୍ୟନ୍ତ ରାଜଧାନୀ ରେ ଟ୍ରାଫିକ ଜାମ ସାଧାରଣ ଲୋକ ହନ୍ତସନ୍ତ ହୋଇଥିଲେ । ସୁରକ୍ଷା ଦୃଷ୍ଟି ରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୩୦୦ ଅଫିସର ମୁତୟନ ହୋଇଥିଲେ । ନିଜେ ଭୁବନେଶ୍ବର ଡିସିପି ସ୍ଥିତି ପରଖି ଥିଲେ । ସଂଘର ଅନେକ ଦାବି। ସେଥିମଧ୍ୟରୁ ଚାଳକ ସମାଜର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଆଇନ୍ ଗଢ଼ାଯାଉ ଦାବି ଅନ୍ୟତମ ।
୫୫ ବର୍ଷ ପରେ ପେନସନ, ଦୁର୍ଘଟଣାରେ ମୃତକ ଚାଳକ ପରିବାରକୁ ୨୦ ଲକ୍ଷର ବୀମା ରାଶି ମିଳିବା ଓ ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଦିଆଯାଉ ଇତ୍ୟାଦି ରହିଛି। ଗାଡ଼ି ଚଳାଇବାର ସମୟସୀମା ଧାର୍ଯ୍ୟ କରିବା ସହିତ ଡ୍ରାଇଭିଂ ଲାଇସେନ୍ସ ଦେୟ ୧୫ ହଜାର ଟଙ୍କାକୁ କମ କରାଯାଉ ବୋଲି ଦାବି ରଖାଯାଇଥିଲା । ସେପଟେ ଡ୍ରାଇଭର ଙ୍କ 11 ଦଫା ଦାବିକୁ ନେଇ ରାଜ୍ୟ ସରକାର କମିଟି ଗଠନ ହେବ। ଏହି କମିଟି ତାମିଲନାଡୁ ସମେତ ବିଭିନ୍ନ ରାଜ୍ୟ ଗସ୍ତ କରି ଡ୍ରାଇଭର ଙ୍କ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହି କମିଟିରେ ପରିବହନ,ଶ୍ରମ,ଅର୍ଥ ଓ ପୋଲିସ ବିଭାଗର ମିଳିତ ଭାବେ କମିଟି ହେବ। ଵିଭିନ୍ନ ରାଜ୍ୟ ଗସ୍ତ କରି ରିପୋର୍ଟ ଦେବ। ଏହି ରିପୋର୍ଟକୁ ଆଧାର କରି ସରକାର ପଦକ୍ଷେପ ନେବେ। 3 ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ବୋଲି ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ ଓ ସୁଶାନ୍ତ ସିଂ,ଶ୍ରମ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।