ସରିଲା ପୂଜା, ଆଜି ମେଲାଣି ନେବେ ମା’

0

ଓଡ଼ିଆ ନ୍ୟୁଜ୍: ଆଜି ମେଲାଣି ନେବେ ମା’ ଜଗତଜନନୀ। କଟକ ଓ ଭୁବନେଶ୍ବରରେ ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି । କଟକ ଦୁର୍ଗାପୂଜା ଭସାଣି ଉପରେ ନଜର ରଖିବ ଡ୍ରୋନ । ଚଳିତ ବର୍ଷ ପ୍ରଥମଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଭସାଣି ରୁଟରେ ନଜର ରଖିବ ମୋଟ ଶହରୁ ଅଧିକ ସିସିଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭି ଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ । ସେହିପରି ପ୍ରଥମ ଥର ପାଇଁ ‘CTC 60’ ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।

ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ ।ପୋଲିସ ପକ୍ଷରୁ ସାଉଣ୍ଡ ବାବଦରେ କୌଣସି ବ୍ୟତିକ୍ରମ ଦେଖା ଦେଲେ, ଗୋଟିଏ ଥର ପାଇଁ କୁହାଯିବ। ନ ମାନିଲେ ସମସ୍ତ ସାଉଣ୍ଡ ଯନ୍ତ୍ରାଂଶ ଜବତ୍ କରିବା ସହିତ ମାମଲା ରୁଜୁ କରିବ କମିଶନରେଟ ପୋଲିସ। ଭସାଣିରେ ସହରରେ ନିୟୋଜିତ ହେବେ ମୋଟ ୧୨୫ ପ୍ଲାଟୁନ ପୋଲିସ ଫୋର୍ସ। ଏହା ଭିତରୁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମେଢ଼ ଗୁଡ଼ିକ ସହିତ ରହିବେ। ସହରର ବିଭିନ୍ନ ସ୍ଥାନରେ ମୋଟ ୬୦ଟି ଏଡ ପୋଷ୍ଟ ରହିବ ।

Leave A Reply

Your email address will not be published.