ନବୀନଙ୍କ ପ୍ରଚାର ବେଳେ ଜନ ଶୂନ୍ୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଧାନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ବେଳେ ଜନସମୁଦ୍ର, ହେଲେ ନବୀନଙ୍କ ପ୍ରଚାର ବେଳେ ଖାଲି ଖାଲି । ଗତକାଲି ନବୀନ ରାଜଧାନୀରେ ତୃତୀୟ ଥର ପାଇଁ ରୋଡ୍ ସୋ କରିଥିବା ବେଳେ ଅନେକ ସ୍ଥାନରେ ଖାଁ ଖାଁ ଦେଖିବାକୁ ମିଳିଥିଲା। ରୋଡ୍ ସୋ ଦେଖିବାକୁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକ ନଥିଲେ | ଏହା ନବୀନଙ୍କ ତୃତୀୟ ତଥା ଶେଷ ରୋଡ଼ ସୋ’ ଥିଲା ।

ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସିଆରପି ଛକରୁ ରୋଡ଼ ସୋ ଆରମ୍ଭ ହୋଇ ପଟିଆ ଛକରେ ଶେଷ ହୋଇଥିଲା । ଏହି ରୋଡ଼ ସୋ’ରେ ଦଳର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ଲାଗି ଭୋଟ ମାଗିଥିଲେ । ଉତ୍ତର ଭୁବନେଶ୍ୱର ରେଣ୍ଟାଲ, ଓମଫେଡ ଛକ, ସାଲିଆସାହି ପେଟ୍ରୋଲ ପମ୍ପ, ମେ’ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ସୋ’ ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ସୋ’ ହୋଇଥିଲା । ଏହି ଅବସରରେ ବିରୋଧୀ ମିଛ କଥା କହୁଥିବା କହିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି ।

ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ। ତାଙ୍କ ରାଲି ଏବଂ ରୋଡ୍ ସୋରେ ବହୁତ କମ୍ ଲୋକଙ୍କୁ ଦେଖିବାକୁ ମିଳୁଛି। ଜଣେ ଅଣ ଓଡ଼ିଆ ଯେଉଁଭଳି ଭାବେ ମାଇକ ଧରି ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ କହୁଛନ୍ତି, ତାକୁ ଜନସାଧାରଣ ପସନ୍ଦ କରୁନାହାନ୍ତି।

Comments are closed.