ଆସିଲା +2 ରେଜଲ୍ଟ ତାରିଖ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ପ୍ରତୀକ୍ଷିତ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ଆସନ୍ତା ୨୬ ତାରିଖ ଦିନ ପ୍ରକାଶ ପାଇବ। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ । ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ୨୬ ତାରିଖ ଅପରାହ୍‌ଣରେ ପ୍ରକାଶ ପାଇବ।

ପିଲାମାନେ ସିଏଚ୍‌ଏସ୍‌ଇର ୱେବ୍‌ସାଇଟ୍‌ www.orissaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ। ଏହାସହ ଛାତ୍ରଛାତ୍ରୀ ସେମାନଙ୍କର ବିଦ୍ୟାଳୟ ଇସ୍ପେସ୍ (HS School e-space) ଓ ଡିଜିଲକର୍ (Digilocker) ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ । ଏକା ସାଙ୍ଗରେ ବାହାରିବ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳାଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ରେଜଲ୍ଟ ପ୍ରକାଶ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଯେଭଳି ଭାବରେ ପିଲାମାନେ କୌଣସି ସୁବିଧାର ସମ୍ମୁଖୀନ ନହେବ ସେନେଇ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୨୭ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ଏପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୦୨୪-୨୫ ଶିକ୍ଷା ବର୍ଷ ଆଗୁଆ ଆରମ୍ଭ ହେବ । ଧାର୍ଯ୍ୟ ସମୟ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି ପରିଷଦ । ପ୍ରତି ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରୀ ପେପର ପରୀକ୍ଷା କରାଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଆଗୁଆ ୧୫ ଦିନ ପୂର୍ବରୁ ପରୀକ୍ଷା କରାଯିବ । ଅର୍ଥାତ ଫେବୃଆରୀ ଦ୍ଵିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ ।

Leave A Reply

Your email address will not be published.