ବାଲିପଡିଆ ସଂଗ୍ରାମୀ ମାଟିରେ ଅମରଙ୍କ ମାରାଥନ ପ୍ରଚାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲିପଡିଆ ସଂଗ୍ରାମୀ ମାଟିରେ ଅମରଙ୍କ ମାରାଥନ ପ୍ରଚାର | ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ବଡଚଣା ବ୍ଲକ ଅନ୍ତର୍ଗତ ବାଲିପଡିଆ ଠାରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ଅମର ନାୟକ ମାରାଥନ ପ୍ରଚାର କରି ମୋଦି ଙ୍କ ୧୦ ବର୍ଷ ର ସୁଶାସନ ଓ ଗ୍ଯାରେଣ୍ଟି ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଏହି ଅବସରରେ ବଡଚଣା ସହ ଓଡିଶା ଓ ସମଗ୍ର ଦେଶର ସାମଗ୍ରିକ ବିକାଶ ପାଇଁ ଯୋଡି ପଦ୍ମ ଫୁଲ ଚିହ୍ନ ରେ ମୋହର ଦେବାକୁ ଆହ୍ଵାନ ଦେଇଥିଲେ ।ଏତଦଭିନ୍ନ କେନ୍ଦ୍ରୀୟ ଯୋଜନା ଗୁଡିକ କିଭଳି ନୂତନ ନାମକରଣ କରି ରାଜ୍ୟ ସରକାର ଲୋକମାନଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି ସେ ସମ୍ପର୍କରେ ଦିକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ।ଶହ ଶହ ସଂଖ୍ଯାରେ ଯୋଗଦେଇଥିବା ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ର ଆଶୀର୍ବାଦ ଲାଭ ନିମନ୍ତେ ପ୍ରାର୍ଥନା କରିଥିଲେ ।

ଏହି ମାରାଥନ ପ୍ରଚାର ରେ ୨୦ ନମ୍ବର ଯୋନ ର ଉପସଭାପତି ବିନୋଦ କୁମାର ଭୂୟାଁ ଜିଲ୍ଲା ପରିଷଦ ସଭ୍ୟ ସୁପ୍ରଭା ମଲ୍ଲିକ ଓଳାଶୁଣି ମଣ୍ଡଳ ସମ୍ପାଦକ ନିରଞ୍ଜନ ମହାନ୍ତି ଯାଜପୁର ଜିଲ୍ଲା କୃଷକ ମୋର୍ଚ୍ଚା ର ସଭାପତି ପାଣ୍ଡବ ଧଳ ଯୂବ ମୋର୍ଚ୍ଚା ର ସଭାପତି ତାପସ ମହାନ୍ତି ବାଲିପଡିଆ ପଞ୍ଚାୟତ ସଭାପତି ନିଗମ ତ୍ରିପାଠୀ ଯୁବ ସମାଜ ସେବୀ ତଥା ସାମ୍ବାଦିକ ଆଲୋକ ପ୍ରଧାନ ନୃସିଂହ ଭଞ ଚିତ୍ତରଞ୍ଜନ ତ୍ରିପାଠୀ ଅଶୋକ ସାମଲ ମନୋଜ ସାମଲ ଅଜୟ ପ୍ରଧାନ ପ୍ରମୋଦ ପ୍ରଧାନ ପ୍ରଭାତ ବଳ ପ୍ରତାପ ଧଳ ,ବାପୁଜୀ ମହାନ୍ତି ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Comments are closed.