ପ୍ରତିଯୋଗିତା ଆଳରେ ମାନସିକ ବିଷାଦର ନିଦାନ ବାର୍ତ୍ତା ଦେଲେ ତରଙ୍ଗ ପ୍ରତିଯୋଗୀ ମୁକ୍ତା ରାୟ

0

ଓଡ଼ିଶାର ଏକ ନମ୍ବର ସଙ୍ଗୀତଭିତ୍ତିକ ଚ୍ୟାନେଲ୍‌ ତରଙ୍ଗ ମ୍ୟୁଜିକ୍ ତରଫରୁ ଆୟୋଜିତ ହୋଇଯାଇଛି- କଲେଜ କ୍ବିନ୍- ସୋ । ସୌନ୍ଦର୍ଯ୍ୟ ଓ ପ୍ରତିଭା ପ୍ରଦର୍ଶନ ଆଧାରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରମୁଖ ସହରରେ ଚ୍ୟାନେଲ୍ ତରଫରୁ କରାଯାଇଥିଲା ପ୍ରତିଯୋଗିତା । ଏଥିରେ ଅନେକ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀଙ୍କୁ ପଛରେ ପକାଇ ଚୟନ ହୋଇଛନ୍ତି ୧୨ ଜଣ ଶୀର୍ଷ ପ୍ରତିଯୋଗୀ । ଏହି ସୌଭାଗ୍ୟଶାଳୀ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ମୁକ୍ତା ରାୟ ।

ରିଅଲିଟି ସୋ ର ଶୀର୍ଷକ କଲେଜ୍ କ୍ବିନ୍ କିନ୍ତୁ କେବଳ ଶାରୀରିକ ସୌନ୍ଦର୍ଯ୍ୟ, ମନଲାଖି ବ୍ୟକ୍ତିତ୍ବ ହିଁ ଏହି ପ୍ରତିଯୋଗିତାର ଆଧାର ନ ଥିଲା । ଟପ୍ ୧୨ଜଣ ନିର୍ବାଚିତ ପ୍ରତିଯୋଗୀଙ୍କୁ କରିବାକୁ ପଡ଼ିଥିଲା ସମାଜ ସେବା । ମୁକ୍ତା ଜଣେ ମନସ୍ତତ୍ତ୍ବବିତ୍ ଶିକ୍ଷୟିତ୍ରୀ ହୋଇଥିବାରୁ ସାମ୍ପ୍ରତିକ ସମାଜରେ ଡିପ୍ରେସନ୍ ବା ମାନସିକ ବିଷାଦର ନିଦାନ ଓ ସାମାଜିକ ସଚେତନତା ପାଇଁ ସେ ବେଶ୍ ଆଗ୍ରହୀ । ତେଣୁ “ସେ ନୋ ଟୁ ଡିପ୍ରେସନ୍, ସ୍ମାଇଲ୍ ପ୍ଲିଜ୍” ବାର୍ତ୍ତା ସହ ଗୋଟିଏ ସଚେତନତା ଶୋଭାଯାତ୍ରା ସଭା ଆୟୋଜନ କରିଥିଲେ ।

ଏହି ସଚେତନତା ସଭାରେ ଭାଗ ନେଇଥିବା ମହିଳାଙ୍କୁ ମୁକ୍ତା‌ ଡିପ୍ରେସନ୍ କଣ, ଏହାର କାରଣ-ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ସମ୍ପର୍କରେ ଜରୁରୀ ସୂଚନା ଦେଇଥିଲେ। ସଭା ଶେଷରେ ଉପସ୍ଥିତ ମହିଳାଙ୍କୁ ମୁକ୍ତା ଖାଦ୍ୟ ପୁଡ଼ିଆ ବାଣ୍ଟିଥିଲେ ।

Leave A Reply

Your email address will not be published.