ଇୟରଫୋନ୍ ନେଲା ଜୀବନ

0

୦୬.୦୩.୨୦୨୦ ( ଓଡିଆ ନ୍‌ୁ୍ୟଜ୍ ବ୍ୟୁରୋ):  ଗତକାଲି ରାତି ପ୍ରାୟ ସାଢେ ୧ଟା ବେଳେ  ଇନ୍‌ଫୋସିଟି ଥାନା ଅଧିନ ଶିଖରଚଣ୍ଡି ନଗର ଛକରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଜୁବକଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାରରେ ରହୁଥିବା ଶୁଭ୍ରାଂଶୁ ଶେଖର ସାହୁ ।   ଶୁଭ୍ରାଂଶ ଇୟରଫୋନ ଲଗାଇ ବାଇକ୍‌ରେ ଘରକୁ ଫେରୁଥିଲେ । ପଛପଟୁ ଆସୁଥିବା ଏକ ଗାଡିର ହର୍ଣ୍ଣ କୁ ସୁଣିନପାରିବା ଫଳରେ ଗାଡିଟି ପଛ ପଟୁ ଧକ୍କା ଦେଇ ପଳାଇଥିଲା । ନିକଟରେ ଥିବା ଏକ ବିଦ୍ୟୁତ୍ ଖୁଂଟରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା । ପୋଲିସ୍ ଘଟଣା ସ୍ଥଳରେ ପହଁଚି ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତି କରିଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.