ଫିଲିପାଇନ୍ସରେ ଭୂକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଫିଲିପାଇନ୍ସରେ ଭୂକମ୍ପ ଝଟକା । ଭୂମିକମ୍ପରେ ଥରିଲା ଫିଲିପାଇନ୍ସ । ଆଜି ସକାଳୁ ଫିଲିପାଇନ୍ସରେ ଭୂକମ୍ପର ତୀବ୍ର ଝଟକା ଆଜି ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ଦକ୍ଷିଣ-ପୂର୍ବରେ ୧୪ କିଲୋମିଟର ଦୂରରେ ଥିବା ଡୋଲୋରେସରେ ସୃଷ୍ଟି ହୋଇଥିବା କୁହାଯାଉଛି। ମାନିଲାରେ ୩୦୦ କିଲୋମିଟରରୁ ଅଧିକ ଦୂର ଯାଏଁ ଏହି କମ୍ପନ ଅନୁଭୂତ ହୋଇଥିଲା। କିଛି ସମୟ ପାଇଁ ଫିଲିଫାଇନ୍ସ ଥରି ଉଠିଥିଲା ।

ଭୂକମ୍ପର କେନ୍ଦ୍ରରେ ଥିବା କୋଠାଗୁଡ଼ିକର ଝରକା ଭାଙ୍ଗିଯାଇଛି। ତେବେ ଏପର୍ୟ୍ୟନ୍ତ ଭୂକମ୍ପରେ କୌଣସି ମୃତାହତ ହୋଇନଥିବା ସୂଚନା ଏଯାଏଁ ମିଳିନାହିଁ।ଆମେରିକାର ଭୂତାତ୍ତ୍ୱିକ ସର୍ବେକ୍ଷଣର ତଥ୍ୟ ମୁତାବକ, ଲୁଜୋନର ମୁଖ୍ୟ ଦ୍ୱୀପରେ ପାର୍ବତ୍ୟ ଏବଂ ହାଲୁକା ଜନବହୁଳ ପ୍ରଦେଶ ଆବ୍ରାରେ ସକାଳ ୮:୪୩ (୦୦୪୩ ଜିଏମଟି) ସମୟରେ ଏହି କମ୍ପନ ଅନୁଭୂତ ହୋଇଥିଲା। ପ୍ରାରମ୍ଭରେ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରେ ମାପ କରାଯାଇଥିଲା ।

Leave A Reply

Your email address will not be published.