ଓଡ଼ିଆ ନ୍ୟୁଜ୍: ଯବାନଙ୍କ ଗୁଳିରେ ଟଳିଲେ ୨ ନକ୍ସଲ । ଛତିଶଗଡ଼ ସୁକମା ଜିଲ୍ଲାରେ ଆଜି ମଧ୍ୟାହ୍ନରେ ସୁରକ୍ଷାକର୍ମୀ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ପୋଲିସ ଏବଂ ଡିଆରଜି, ଏସଟିଏଫ ଯବାନ ଚଢ଼ାଉ କରିବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ।
ତେବେ ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ଦୁଇ ଜଣ ନକ୍ସଲ ସଫା ହୋଇଛନ୍ତି ।ସର୍ଚ୍ଚ ଅପରେସନ ବେଳେ ଯବାନ ଜଣେ ମହିଳା ନକ୍ସଲ ସମେତ ଜଣେ ପୁରୁଷ ନକ୍ସଲର ମୃତଦେହ ଉଦ୍ଧାର କରିଥିଲେ । ଏଥସହ ଘଟଣାସ୍ଥଳରୁ ଏକ ସ୍ବୟଂଚାଳିତ ବନ୍ଧୁକ ମଧ୍ୟ ଜବତ ହୋଇଛି ।